କେଜ୍ରିୱାଲଙ୍କ କାର୍ଯ୍ୟାଳୟରେ ସିବିଆଇ ଚଢାଉ ପ୍ରସଙ୍ଗ: ମୋଦିଙ୍କ ଉପରେ ବର୍ଷିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କାର୍ଯ୍ୟାଳୟରେ ସିବିଆଇ ଚଢ଼ାଉ କରିଛି। ସିବିଆଇ ଚଢ଼ାଉ ନେଇ ନିଜେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରି ଜଣାଇଛନ୍ତି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି କେଜ୍ରିୱାଲ। ମୋଦିଙ୍କୁ ଭିରୁ ବୋଲି କହିବା ସହ ତାଙ୍କ ବିରୋଧରେ ଏହା ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି।

ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଲାଞ୍ଚ ନେବା ଅଭିଯୋଗ ଘଟଣାରେ ଏହି ଚଢ଼ାଉ କରାଯାଇଥିବା ସିବିଆଇ ପକ୍ଷରୁ କୁହାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅଫିସରେ କୌଣସି ପ୍ରକାର ରେଡ୍ କିମ୍ୱା ସିଲ୍ କରାଯାଇ ନ ଥିବା ସିବିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି।