କାଲିଫର୍ଣ୍ଣିଆରେ  ଗୁଳି ମାଡ଼, ୧୪ ମୃତ

ଲସଏଞ୍ଜଲସ୍: ଆମେରିକାର କାଲିଫର୍ଣ୍ଣିଆ ସ୍ଥିତ ସାନ୍ ବର୍ଣ୍ଣାରଡିନୋ ଭିନ୍ନକ୍ଷମ ସେବା କେନ୍ଦ୍ର ଉପରକୁ ଗୁଳି ମାଡ଼ ହୋଇଛି । ଏଥିରେ ୧୪ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୭ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ୩ ସନ୍ଦିଗ୍ଧ  ସେନା ଡ୍ରେସରେ ଆସି ଆଖିବୁଜା ଗୁଳି ମାଡ଼ କରିଥିଲେ ।

ଏହାର ପାଲଟା ଜବାବ ଦେଇଥିଲେ ସୁରକ୍ଷା ବାହିନୀ । ଫଳରେ ୩ ଜଣ ଆତତାୟୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ଏକ ଗାଡିକୁ ଉଦ୍ଧାର କରାଯାଇଛି।  କିନ୍ତୁ ଗୁଳି ମାଡ଼ର କାରଣ ସ୍ପଷ୍ଟ ହୋଇନି। ଏହା ପଛରେ ଆତଙ୍କବାଦୀଙ୍କ ହାତ ରହିଛି କି ନାହିଁ, ସେନେଇ ତଦନ୍ତକାରୀ ଟିମ୍ ଅନୁସନ୍ଧାନ ଜାରି ରଖିଛି।