ମାଲବାହୀ ଟ୍ରେନ୍‌କୁ ପିଟିଲା କାଳିନ୍ଦି ଏକ୍ସପ୍ରେସ୍

ଫିରୋଜାବାଦ୍: ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା କାଳିନ୍ଦି ଏକ୍ସପ୍ରେସ୍‌ର ଆଜି ଭୋରରେ ତୁଣ୍ଡଲା ଜଙ୍କସନ୍‌ରେ ଏକ ମାଲବାହୀ ସହିତ ଧକ୍କା ହୋଇଯାଇଥିଲା। ଏହା ପରେ ଏକ୍ସପ୍ରେସ୍‌ ଟ୍ରେନ୍‌ଟି ଲାଇନ୍‌ଚ୍ୟୁତ ହୋଇଯାଇଥିଲା। ଏହାର ୬ଟି ବଗି ଲାଇନ୍‌ଚ୍ୟୁତ ହୋଇଥିଲା। ଏଥିରେ କେହି ହତାହତ ହୋଇନାହାନ୍ତି। ଟ୍ରେନ୍‌ଟି କାନ୍‌ପୁରରୁ ଆସୁଥିଲା। ରେଳବାଇରୁ ମିଳିଥିବା ସୂଚନା ଅନୁଯାୟୀ କାଳିନ୍ଦି ଏକ୍ସପ୍ରେସ୍ ଟ୍ରେନ୍‌ର ଡ୍ରାଇଭର ସିଗ୍‌ନାଲ୍ ଦେଖି ପାରି ନ ଥିଲେ।

ଏହି ଦୁର୍ଘଟଣା ଯୋଗୁଁ କାନପୁର-ଦିଲ୍ଲୀ ରୁଟ୍‌ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି।