ମୋଦିଙ୍କୁ ମହିଳା ଆଙ୍କର ପଚାରି ଦେଲେ ଏ କି ପ୍ରଶ୍ନ? ମିଳିଲା ହଜାରେ ଉତ୍ତର… ପଢନ୍ତୁ ପୂରା ରିପୋର୍ଟ

ସାମ୍ବାଦିକମାନେ ବେଳେ ବେଳେ ଏପରି ପ୍ରଶ୍ନ  ପଚାରିଥାନ୍ତି ଯାହା ସେମାନଙ୍କୁ ପରେ ଲୋକହସା କରାଇଥାଏ। ଏମିତି କିଛି ଘଟିଛି ନ୍ୟାସ୍‌ନାଲ୍ ବ୍ରୋଡ୍‌କାଷ୍ଟିଂ କମ୍ପାନୀ (ଏନ୍‌ଡିସି)ର ନ୍ୟୁଜ୍ ଆଙ୍କର ମେଗନ କେଲୀଙ୍କ ସହ। ଶୁକ୍ରବାର ଏସ୍‌ଟି ପିଟରସ୍‌ବର୍ଗ ଇଣ୍ଟରନ୍ୟାସନାଲ୍ ଇକୋନୋମିକ୍‌ ଫୋରମ୍‌ କାର୍ଯ୍ୟକ୍ରମ ପୂର୍ବରୁ କେଲୀ

ମୋଦି ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଥିଲେ। ସେତେବେଳେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପଚାରିଥିଲେ,“ମିଷ୍ଟର ମୋଦି ଆପଣ ଟ୍ୱିଟର୍‌ରେ ଅଛନ୍ତି କି?’

ଚ୍ୟାନେଲ୍ ପକ୍ଷରୁ କେଲୀଙ୍କର ଏହି ଭିଡିଓକୁ ସୋସିଆଲ୍ ମିଡିଆରେ ସେୟାର କରାଯିବା ପରେ ଅନେକ ଏହି ପ୍ରଶ୍ନ ନେଇ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏହା ଏକ ନିର୍ବୋଧ ପ୍ରଶ୍ନ ବୋଲି ଅଧିକାଂଶ କହିଛନ୍ତି। କିଛି ଲୋକ ଲେଖିଛନ୍ତି କେଲୀ ଠିକ୍ ଭାବେ ହୋମ୍‌ୱାର୍କ କରି ଆସି ନ ଥିଲେ। ଏବେ ନିକଟରେ ଟ୍ୱିଟରରେ ଲୋକେ କେଉଁ ନେତାଙ୍କୁ ସର୍ବାଧିକ ଫଲୋ କରୁଛନ୍ତି, ତାର ତାଲିକା ପ୍ରକାଶ ପାଇଛି। ସେଥିରେ ମୋଦି ତୃତୀୟ ସ୍ଥାନରେ ଅଛନ୍ତି। ଚ୍ୟାନେଲ୍‌ର ଏହି ଭିଡିଓ ଉପରେ ପ୍ରାୟ ୧୦୦୦ ଲୋକ ଆପତ୍ତି ଜଣାଇବା ସହିତ କେଲୀଙ୍କ ହୋମ୍‌ୱାର୍କ ବା ପୂର୍ବପ୍ରସ୍ତୁତି ଉପରେ ପ୍ରଶ୍ନ ଉଠାଇଛନ୍ତି।

ଟ୍ୱିଟର କଥା ଉଠିଲା କେମିତି?

ଏହି ସାକ୍ଷାତକାର ବେଳେ ମୋଦି ପ୍ରଥମେ ଟ୍ୱିଟ୍ କଥା ଉଠାଇଥିଲେ। କେଲୀ ତାଙ୍କ ଟ୍ୱିଟର ଏକାଉଣ୍ଟରେ ଏକ ଫଟୋ ରଖିଛନ୍ତି। ଏଥିରେ ସେ ଏକ ଛତା ଧରି ଛିଡ଼ା ହୋଇଛନ୍ତି। ଏହି ଫଟୋକୁ ମୋଦି ପ୍ରଶଂସା କରିଥିଲେ। ତା’ପରେ କେଲୀ ପଚାରି ଦେଲେ ସେହି ପ୍ରଶ୍ନ ଯାହା ତାଙ୍କୁ ପଚାରିବାର ନ ଥିଲା।

ରିପୋର୍ଟ-ନ୍ୟୁଜ୍‌ ୧୮ ଫଟୋ- ଟ୍ୱିଟର