କାଲି ନୂଆ ଦଳ ଗଢ଼ିବେ କମଲ ହାସନ୍: ଯୋଗ ଦେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ

ନୂଆଦିଲ୍ଲୀ: ଆସନ୍ତାକାଲି ନୂଆ ଦଳ ଗଢିବେ ଅଭିନେତାରୁ ରାଜନେତା ବନିଥିବା କମଲ ହାସନ୍। ଏନେଇ ମଦୁରାଇରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ଉତ୍ସବରେ କମଳ ହସନ ଦଳର ନାଁ ସହ ଦଳୀୟ ପତାକା ଉନ୍ମୋଚନ କରିବେ। ଏହାପରେ ସେ ତାମିଲନାଡୁର ବିଭିନ୍ନ ସହର ପରିକ୍ରମା କରିବେ।

ତାମିଲନାଡୁରେ  ରାଜନୈତିକ ସ୍ଥାଣୁତା ଦେଖାଦେଇଥିବା ସେ ଅଭିଯୋଗ କରି ଆସୁଛନ୍ତି।  ଏଥିପାଇଁ ଜନସାଧାରଣ ଏବେ ଚ୍ୟାଲେଞ୍ଜ କରିବାର ସମୟ ଆସିଛି ବୋଲି ସେ ଆହ୍ୱାନ ଦେଇଥିଲେ। ନୂଆଦଳ ଗଠନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳର ମୁଖ୍ୟମାନଙ୍କୁ ମଧ୍ୟ ସେ ଭେଟିଥିଲେ। କାଲି ହେବାକୁ ଥିବା ଉତ୍ସବରେ ଆମ୍‌ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।