ସୁଟିଂ ସେଟ୍‌ରୁ କଙ୍ଗନାଙ୍କ ହେୟାର ଡ୍ରେସର୍ ଗିରଫ

ମୁମ୍ବାଇ: ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ୍ ବଲିଉଡ୍‌ କୁଇନ୍ କଙ୍ଗନା ରଣାୱତ୍‌ଙ୍କ ହେୟାର ଡ୍ରେସରଙ୍କୁ ଗିରଫ କରିଛି। ତାଙ୍କ ନାଁ ବ୍ରେଣ୍ଡନ୍‌ ଏଲିଷ୍ଟର ଡି ଗୀ। ସେ ଦକ୍ଷିଣ ଆଫ୍ରିକାର ବାସିନ୍ଦ। ତାଙ୍କୁ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ପୁଲିସ୍ ହେପାଜତକୁ ପଠାଇ ଦିଆଯାଇଛି।

୪୨ ବର୍ଷୀୟ ଏଲିଷ୍ଟରଙ୍କ ନାଁରେ ପକ୍‌ସୋ ଆଇନ୍ ଅନୁସାରେ ମାମଲା ରୁଜୁ ହୋଇଛି।

ଏବେ କଙ୍ଗନାଙ୍କ ଫିଲ୍ମ ‘ମଣିକର୍ଣ୍ଣିକା’ର ସୁଟିଂ ମୁମ୍ବାଇ ନିକଟରେ ଚାଲିଛି। ସୁଟିଂ ସେଟ୍‌ରୁ ପୁଲିସ୍ ଏଲିଷ୍ଟରଙ୍କୁ ଗିରଫ କରିଥିଲା।

ପୀଡ଼ିତା କହିଛନ୍ତି, ଏକ ଡେଟିଂ ଆପ୍ ଜରିଆରେ ଏଲିଷ୍ଟରଙ୍କ ସହିତ ତାଙ୍କର ପରିଚୟ ହୋଇଥିଲା।