କଣ୍ଠଶିଳ୍ପୀ ଅଭିଜିତଙ୍କ ବିରୋଧରେ ଅସଦାଚରଣ ମାମଲା

ମୁମ୍ୱାଇ: ବିବାଦରେ ବଲିଉଡର ଜଣାଶୁଣା ଗାୟକ ଅଭିଜିତ୍ ଭଟ୍ଟାଚାର୍ଯ୍ୟ। ତାଙ୍କ ବିରୋଧରେ ମୁମ୍ୱାଇର ଓଶୋୱାରା ପୋଲିସ୍ ଷ୍ଟେସନରେ ଜଣେ ମହିଳା ଅସଦାଚରଣ ଅଭିଯୋଗ କରିଛନ୍ତି । ଦଶହରା ଅବସରରେ ଆୟୋଜିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ସମ୍ପୃକ୍ତା ମହିଳାଙ୍କୁ ଅଭିଜିତ୍ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।

ଅନ୍ଧେରୀ ଲୋଖଣ୍ଡୱାଲା ଦୁର୍ଗାପୂଜାର ଅଭିଜିତ୍ ଆୟୋଜକ ଥିଲେ । ସେଠାରେ ସେ ମହିଳାଙ୍କୁ ଅସଦାଚରଣ କରିଥିବା ଥାନାରେ ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ ଚଳାଇଛି । ଅନ୍ୟପକ୍ଷେ ଏପରି ଅଭିଯୋଗ ଭିତ୍ତିହୀନ । ସମ୍ପୃକ୍ତା ମହିଳାଙ୍କ ସହିତ କେବଳ ତାଙ୍କର କଥା କଟାକଟି ହୋଇଥିଲା ବୋଲି ଅଭିଜିତ୍ କହିଛନ୍ତି। ସୂଚନାଯୋଗ୍ୟ ଯେ, ଅଭିଜିତ ପ୍ରଥମ ଥର ପାଇଁ ବିବାଦକୁ ଆସିନାହାନ୍ତି । ଆଗରୁ ମଧ୍ୟ ଅନେକ ଥର ଅଶୋଭନୀୟ ବୟାନ ପାଇଁ ଚର୍ଚ୍ଚାରେ ରହିଛନ୍ତି ସେ ।