ପଇସା ଖାଇଥିବା କେଜ୍ରିୱାଲଙ୍କୁ ଜେଲ୍‌ ପଠାଇବି: କପିଲ୍‌ ମିଶ୍ରା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ସତ୍ୟେନ୍ଦ୍ର ଜୈନଙ୍କ ଠାରୁ ୨ କୋଟି ଟଙ୍କା ନେଇଛନ୍ତି। ତାଙ୍କୁ ଜେଲ୍‌ ପଠାଇବି ବୋଲି କହିଛନ୍ତି ଦିଲ୍ଲୀ ମନ୍ତ୍ରୀମଣ୍ଡଳରୁ ହଟାଯାଇଥିବା କପିଲ୍‌ ମିଶ୍ରା।

ସେ କହିଛନ୍ତି,“ଗତ ଶୁକ୍ରବାର ସତ୍ୟେନ୍ଦ୍ର ଜୈନ୍ କେଜ୍ରିୱାଲଙ୍କ ଘରେ ତାଙ୍କୁ ନଗଦ ୨ କୋଟି ଟଙ୍କା ଦେଇଥିବା ମୁଁ ଦେଖିଛି। ମୁଁ ଏ ସମ୍ପର୍କରେ ପଚାରି ଥିଲେ ମଧ୍ୟ କେଜ୍ରିୱାଲ କିଛି ଉତ୍ତର ଦେଇ ନ ଥିଲେ।”

ସେ ଆହୁରି କହିଛନ୍ତି,“ଆମ୍‌ ଆଦମୀ ପାର୍ଟି ମୋ ଦଳ, ମୁଁ ଦଳ ଛାଡ଼ିବି ନାହିଁ। କେହି ମୋତେ ଦଳରୁ ବାହାର କରି ପାରିବ ନାହିଁ।”

ସୌଜନ୍ୟ-ଆଜ୍‌ତକ୍‌

ଫଟୋ-ନେଇ ଦୁନୀଆ