ବିଧାନସଭାରେ ପୂର୍ବତନ ଆପ ମନ୍ତ୍ରୀଙ୍କୁ ମାଡ, କାନ୍ଦି କାନ୍ଦି ଫେରିଲେ କପିଲ ମିଶ୍ରା

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ବିଧାନସଭାରେ ଏକ ଆଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୂର୍ବତନ ଆପ ନେତା କପିଲ ମିଶ୍ରାଙ୍କୁ ଆମ ଆଦମୀ ପାର୍ଟିର ବିଧାୟକମାନେ ମାଡ ମାରିଥିବା କପିଲ ଅଭିଯୋଗ କରିଛନ୍ତି। ବିଧାନସଭାରେ ଜିଏସଟି ବିଲ ଉପରେ ଆଲୋଚନା ପାଇଁ ଏକ ଅଧିବେଶନ ଡକାଯାଇଥିଲା। ବିଧାନସଭା ଚାଲିଥିବା ସମୟରେ ହଠାତ୍‌ କପିଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରିଥିବା ଭ୍ରଷ୍ଟାଚାରର ତଦନ୍ତ କରିବା କଥା ଉଠାଇଥିଲେ। ଏଥିପାଇଁ ରାମଲିଲା ପଡିଆରେ ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ସେ ବାଚସ୍ପତ୍ତିଙ୍କୁ ଅନୁରୋଧ କରିଥିଲେ। ଠିକ ଏହି ସମୟରେ ଆପର କିଛି ବିଧାୟକ ତାଙ୍କୁ ଚାପୁଡା ବିଧା ମାରିଥିବା କପିଲ ଅଭିଯୋଗ କରିଛନ୍ତି। ପରେ ବାଚସ୍ପତିଙ୍କ ଆଦେଶ କ୍ରମେ ମାର୍ସଲମାନେ ତାଙ୍କୁ ବାଧାନସଭା ଗୃହରୁ ବାହାର କରିଦେଇଥିଲେ। କପିଲ କାନ୍ଦି କନ୍ଦି ଗୃହରୁ ବାହାରିବା ପରେ ଗଣମାଧ୍ୟମ ସମ୍ନାରେ ସମସ୍ତ କାଥା ବଖାଣି ଥିଲେ। ତେବେ ଏହି ସବୁ ଦୃଶ୍ୟ ଏକ ଫିଲ୍ମର ଦୃଶ୍ୟ ଭଳି ମନେ ହେଉଛି। ଫିଲ୍ମିରେ ଜଣେ ନାୟକକୁ ଦଶ ପନ୍ଦର ଜଣ ଗୁଣ୍ଡା ଘେରି ପଡି ମାରୁଥିବା ଭଳି ଜଣେ ବିଧାୟକଙ୍କୁ ତିନି ଚାରିଜଣ ବିଧାୟକ ମିଶି ମାରିବା କେଉଁ ଫିଲ୍ମର ଦୃଶ୍ୟ ଠାରୁ କମ ନୁହଁ। ଦେଶରେ ପୂର୍ବରୁ ମଧ୍ୟ ଏଭଳି ଅନେକ ଘଟଣା ଦେଖିବାକୁ ମିଳିଛି। ବିଧାନସଭା ହେଉ କିମ୍ବା ଲୋକସଭା, ବିଧାୟକ ଓ ସାଂସଦ ପରସ୍ପର ମଧ୍ୟରେ କଳି ଗୋଳ କରି ପରସ୍ପରକୁ ଆଘାତ ଦେଇଛନ୍ତି। ଏଥିପାଇଁ ବାଚସ୍ପତିଙ୍କୁ ମଧ୍ୟ ଗୃହ ମୁଲତାବି କରିବାକୁ ପଡିଛି। 2014 ରେ ଏମିତି ଏକ ଘଟଣା ସମ୍ନାକୁ ଆସିଥିଲା। ତେଲେଙ୍ଗାନା ବିଭାଜନ ବିଲ ଉପରେ ସାଂସଦଙ୍କ ମାରପିଟ ଆରମ୍ବ ହୋଇଯାଇଥିଲା। ପେପର୍ସ-ସ୍ପ୍ରେ, ଭଙ୍ଗା କାଚ ଗ୍ଲାସ ଓ କଲମ ସାହାଯ୍ୟରେ ପରସ୍ପରକୁ ଆକ୍ରମଣ କରିଥିଲେ। ଲୋକସଭା ଅଧ୍ୟକ୍ଷଙ୍କ ମାଇକ ମଧ୍ୟ ଭାଙ୍ଗି ଦେଇଥିଲେ। ଶେଷରେ ତିନି ଜଣ ଆହତ ସାଂସଦଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯେଉଁଥିରେ 16 ଜଣ ସାଂସଦଙ୍କୁ ସସପେଣ୍ଡ କରାଯାଇଥିଲା।

ଭାରତ ଭଳି ଦେଶରେ ଏଭଳି ଘଟଣା ଘଟିବା ଏକ ଲଜ୍ଜାକର କଥା। ବିଧାୟକ ଓ ନେତାମାନଙ୍କ ପାଇଁ ସାଧାରଣ ଜନତାଙ୍କ ଅର୍ଥ ପାଣିରେ ପଡୁଛି। ବାହାରେ ହେଉଥିବା ଦଙ୍ଗା ଉପରେ ଆମ ରାଜନେତାମାନେ ସଫେଇ ଦେଇ ଦଙ୍ଗାକୁ ନିନ୍ଦା କରୁଥିବାବେଳେ ବିଧାନସଭାରେ ତାର ଓଲଟା ଦୃଶ୍ୟ ଦେଖିବାକୁ ମିଳୁଛି। ଯେଉଁଠି  ଶୃଙ୍ଖଳା ଗଢାଯାଉଛି, ନିୟମ ପ୍ରଣୟନ ହେଉଛି ସେହିଠାରେ ଏପରି ଘଟଣା ଘିଟିବା ଅତ୍ୟନ୍ତ ନିନ୍ଦନୀୟ।