କ୍ରେଜିୱାଲଙ୍କୁ ତିହାର ଜେଲ ପଠାଇବେ କପିଲ ମିଶ୍ରା

ନୂଆଦିଲ୍ଲୀ: ପୂର୍ବତନ ମନ୍ତ୍ରୀ କପିଲ ମିଶ୍ରା ଆଜି ପୁଣି ଥରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିୱାଲଙ୍କୁ ଟାର୍ଗେଟ କରିଛନ୍ତି। କ୍ରେଜିୱାଲ ପରଦା ପଛରେ କଳା ଧନ୍ଦା କରୁଛନ୍ତି ବୋଲି କପିଲ ଅଭିଯୋଗ କରିଛନ୍ତି।
ସେ କହିଛନ୍ତି, “ମିଛ ଲୋକଙ୍କ ନାଁରେ ଦଳ ପାଇଁ ଅର୍ଥ ଠୁଳାଇଛନ୍ତି। କ୍ରେଜିୱାଲ କଳା ଟଙ୍କାକୁ ଧଳା କରୁଛନ୍ତି। ମୁଁ ତାଙ୍କ କଲର ଧରି ତିହାର ଜେଲ ପଠାଇବି।”

କପିଲ ଆହୁରି କହିଛନ୍ତି,“ନିର୍ବାଚନ ଆୟୋଗକୁ ଆମ ଆଦମୀ ପାର୍ଟି ନିଜର ଫଣ୍ଡ୍‌ ବିଷୟ ଭୁଲ ତଥ୍ୟ ଦେଇଛି। ୨୦୧୪-୧୫ରେ ପାର୍ଟିର ଆକାଉଣ୍ଟରେ ୬୫ କୋଟି ଟଙ୍କା ଥିଲା। କିନ୍ତୁ କ୍ରେଜିୱାଲ ୩୨ କୋଟି ଟଙ୍କା ଥିଲା ବୋଲି ତଥ୍ୟ ଦେଇଥିଲେ।”
ସେ କହିଛନ୍ତି, “ଫେକ୍ କମ୍ପାନୀମାନେ ଆମ ଆଦମୀ ପାର୍ଟିକୁ ୨ କୋଟି ଟଙ୍କା ଚାନ୍ଦା ଦେଇଛନ୍ତି।”

ସୌଜନ୍ୟ଼- ଆଜତକ୍‌