ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ଉତ୍ତର କାଶ୍ମୀରର ବାନ୍ଦିପୋରା ଜିଲ୍ଲାର ହାଜିନ ଗାଁରେ ଆଜି ସକାଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଗୁଳିବିନିମୟ ବେଳେ ଜଣେ ଯବାନ ଆହତ ହୋଇଛନ୍ତି ବୋଲି ସେନାର ଜଣେ ଅଧିକାରୀ କହିଛନ୍ତି।

ହାଜିନ୍ ଗାଁରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ଗୁଇନ୍ଦା ସୂଚନା ପାଇବା ପରେ ସୁରକ୍ଷାକର୍ମମାନେ ପୂରା ଅଞ୍ଚଳକୁ ଘେରି ଯାଇଥିଲେ ଏବଂ ଅପରେସନ୍ ଆରମ୍ଭ କରିଥିଲେ। ସର୍ଚ୍ଚ ଅପରେସନ୍ ବେଳେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି କରିଥିଲେ। ଫଳରେ ଦୁଇ ପକ୍ଷ ମଧ୍ୟରେ ଗୁଳିବିନିମୟ ହୋଇଥିଲା।