ଦକ୍ଷିଣ କାଶ୍ମୀରରେ ଦୁଇ ଆତଙ୍କବାଦୀଙ୍କୁ ମାରିଲା ସେନା

ଶ୍ରୀନଗର: ଦକ୍ଷିଣ କାଶ୍ମୀରର ଟ୍ରାଲ ଜଙ୍ଗଲରେ ଆଜି ସକାଳେ ସୁରକ୍ଷା କର୍ମୀଙ୍କୁ ଗୁଳିରେ ଦୁଇ ଜଣ ଆତଙ୍କବାଦୀଙ୍କୁ ମୃତ୍ୟୁ ଘଟିଛି। ଅଞ୍ଚଳରେ ଆହୁରି ୩ରୁ ୪ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ରହିଛି। ସୁରକ୍ଷାବଳ ତଲାସୀ ଅଭିଯାନକୁ ଜୋରଦାର କରିଛନ୍ତି।

ଟ୍ରାଲ ଅଞ୍ଚଳର ଜଙ୍ଗଲରେ ୪ରୁ ୫ ଜଣ ଆତଙ୍କବାଦୀ ଲୁଚିଥିବା ଗୁଇନ୍ଦା ସୂଚନା ମିଳିଥିଲା। ଏହାକୁ ଆଧାର କରି ସେନା, ପୋଲିସ ଓ ସିଆରପିଏଫ୍‌ ଯବାନ ଆଜି ଭୋରୁ ମିଳିତ ତଲାସୀ ଆରମ୍ଭ କରିଥିଲେ। ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ଏଥିରେ ୨ ଜଣ ଆତଙ୍କୀଙ୍କ ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ କାଶ୍ମୀର ଉପତ୍ୟାକାରୁ ଆତଙ୍କବାଦ ଲୋପ କରିବାକୁ କିଛିଦିନ ହେବ ସେନା ପକ୍ଷରୁ ଅପରେସନ ଚାଲୁ ରହିଛି। ୭ ଜଣ ଅମରନାଥ ଯାତ୍ରୀଙ୍କୁ ଆତଙ୍କବାଦୀ ହତ୍ୟା କରିବା ପରେ ଏହି ଅପରେସନକୁ ଅଧିକ ଜୋରଦାର କରାଯାଇଛି। ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ସୁରକ୍ଷାକର୍ମୀ ୫୦ରୁ ଅଧିକ ଆତଙ୍କବାଦୀଙ୍କୁ ହତ୍ୟା କରିସାରିଛନ୍ତି।