କାଶ୍ମୀର ସ୍ଥିତି ନିୟନ୍ତ୍ରଣ କରା ନ ଗଲେ ପରିସ୍ଥିତି ଭୟାବହ ହୋଇପାରେ : ଆଜାଦ୍‌

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ୍‌ କାଶ୍ମୀର ସ୍ଥିତିକୁ ନେଇ ଟିପ୍ପଣୀ ଦେଇଛନ୍ତି। ୫୦ ଦିନ ହେବ କାଶ୍ମୀରରେ କର୍ଫ୍ୟୁ ଜାରି ରହିଛି। ଶୀଘ୍ର ସ୍ଥିତି କାବୁ କରା ନ ଗଲେ ବିଭାଜନ ପରି ସ୍ଥିତି ଉପୁଜିପାରେ ବୋଲି ଆଜାଦ୍‌ କହିଛନ୍ତି।

ସେ  କହିଛନ୍ତି, “କେନ୍ଦ୍ର ସରକାର ଏ ପ୍ରସଙ୍ଗ ଉପରେ କିଛି ନ କହି ଚୁପ୍‌ ହୋଇ ବସିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କାଶ୍ମୀରକୁ ନେଇ କ୍ୟାବିନେଟ୍‌ ବୈଠକ ଡାକୁ ନ ଥିବା ବେଳେ ଶାନ୍ତି ପାଇଁ ଅପିଲ୍ ମଧ୍ୟ କରୁ ନାହାନ୍ତି। ଏପରି ସ୍ଥତି ଲାଗି ରହିଲେ ୧୯୪୭ ସ୍ଥିତିର ପୁନରାବୃତ୍ତି ଦେଖିବାକୁ ମିଳିବ।

୧୯୪୭ରେ ଭାରତ ବିଭାଜନ ବେଳେ ବହୁ ଲୋକଙ୍କ ମୃତ୍ୟୁ ଘଟିବା ସହ ଅନେକ ଲୋକ ବାସହୀନ ହୋଇଥିଲେ।