କାଶ୍ମୀରରେ ଶାନ୍ତି ପାଇଁ ଗଣମାଧ୍ୟମ, ମଦ୍ରାସା, ମସ୍‌ଜିଦ ଉପରେ ନିୟନ୍ତ୍ରଣ ଜରୁରୀ

ନୂଆଦିଲ୍ଲୀ: କାଶ୍ମୀରରେ ଲାଗି ରହିଥିବା ଅଶାନ୍ତି ପୂରା ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି। ବିଚ୍ଛିନ୍ନତାବାଦୀଙ୍କୁ କାବୁ କରିବାକୁ କେନ୍ଦ୍ର ସରକାର ନୂଆ କୌଶଳ ଖୋଜୁଛନ୍ତି। ଏପରିସ୍ଥିତିରେ କାଶ୍ମୀରରେ ଭାରତ ବିରୋଧୀ ତତ୍ତ୍ୱଙ୍କୁ କାବୁ କରିବାକୁ ହେଲେ ମସ୍‌ଜିଦ, ମାଦ୍ରାସା ଓ ରାଜ୍ୟର ଆଞ୍ଚଳିକ ଗଣମାଧ୍ୟମକୁ ନିୟନ୍ତ୍ରଣ କରାଯିବା ଆବଶ୍ୟକ ବୋଲି କେନ୍ଦ୍ରୀୟ ଗୃହମନ୍ତ୍ରାଳୟ ପକ୍ଷରୁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ରିପୋର୍ଟ ଦିଆଯାଇଛି।

ରିପୋର୍ଟ ମୁତାବକ ଗୃହ ମନ୍ତ୍ରାଳୟ ଭାବୁଛି କାଶ୍ମୀରରେ ଗୁଇନ୍ଦା ବିଭାଗକୁ ଅଧିକ ଦୃଢ କରାଯିବା ଓ ନରମପନ୍ଥୀ ହୁରିଆତ ନେତାଙ୍କ ସହ ଆଲୋଚନା କରାଯିବାକୁ ସ୍ଥିତି ବନାଯିବା ଦରକାର।