କେଜ୍ରିୱାଲ ଜଣେ ଭୟାଳୁ ବ୍ୟକ୍ତି: ଅମରେନ୍ଦ୍ର ସିଂହ

ଚଣ୍ଡିଗଡ଼: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଜଣେ ଭୟାଳୁ ସ୍ୱଭାବର ବ୍ୟକ୍ତି। ହେଲେ ତାଙ୍କୁ ହାଲକାରେ ନେବା ଭୁଲ ହେବ ବୋଲି ପଞ୍ଜାବରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅରବିନ୍ଦ କ୍ୟାପଟେନ ଅମରେନ୍ଦ୍ର ସିଂହ କହିଛନ୍ତି। ଏହାସହ ସେ କହିଛନ୍ତି,“ମୁଁ କେଜ୍ରିୱାଲଙ୍କୁ ନେଇ ସତର୍କ ଅଛି। ୨୦୧୪ ନିର୍ବାଚନକୁ ଦେଖିଲେ ତାଙ୍କୁ ଆମେ ହାଲକାରେ ନେବା ଠିକ୍‌ ହେବ ନାହିଁ।”

ଏଏନ୍‌ଆଇକୁ ଏକ ସାକ୍ଷାତକାର ଦେଇ ଅମରେନ୍ଦ୍ର କହିଛନ୍ତି,“ଲୋକଙ୍କ ମଧ୍ୟରେ ଥିବା ଅସନ୍ତୋଷ ଯୋଗୁଁ ଆମ ଆଦମୀ ପାର୍ଟି ଗଠନ ହୋଇଛି। କେଜ୍ରିୱାଲଙ୍କର ବହୁତ ମହତ୍ତ୍ୱାକାଂକ୍ଷା ରହିଛି। ହେଲେ ଏହା ପଞ୍ଜାବ ପାଇଁ ଆବଶ୍ୟକ ନାହିଁ।”