କେଜ୍ରିୱାଲଙ୍କ ଉପରକୁ କାଳି ମାଡ଼

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ରବିବାର କାଳିମାଡ ହୋଇଛି। ସେ ଦିଲ୍ଲୀରେ ଯୁଗ୍ମ-ଅଯୁଗ୍ମ ଯୋଜନାର ୧୫ ଦିନ ସଫଳତାକୁ ନେଇ ଏକ ରାଲିରେ ଉଦବୋଧନ ଦେଉଥିବା ବେଳେ ତାଙ୍କ ଉପରକୁ ଜଣେ ମହିଳା କାଳିମାଡ କରିବା ସହ ପ୍ରଚାର ପତ୍ର ଫୋପାଡି ଥିବା ଅଭିଯୋଗ ହୋଇଛି। ମହିଳା ଜଣଙ୍କ ଫୋପାଡି ଥିବା କାଳି ତାଙ୍କ ଦେହ ଓ ମୁହଁରେ ପଡିଥିଲା। ଦିଲ୍ଲୀ ପୋଲିସ ତତକ୍ଷଣାତ୍ କାଳି ଫୋପାଡିଥିବା ମହିଳା ଜଣଙ୍କୁ କାବୁ କରିଥିଲା। ସେ ହେଉଛନ୍ତି ଆପର ପଞ୍ଜାବ ୟୁନିଟର ପୂର୍ବତନ କର୍ମୀ କବିତା ଆରୋରା। ସେ କାଳି ଫୋପାଡିବା ବେଳେ ଆପ୍ ଓ କେଜ୍ରିୱାଲ ନାଁରେ ବିଭିନ୍ନ ନାରା ଦେଇଥିଲେ। ସେ କହିଥିଲେ ଯୁଗ୍ମ-ଅଯୁଗ୍ମ ଯୋଜନାରେ ଆପ ସରକାର ସାଧାରଣ ଲୋକଙ୍କୁ ଲୁଟୁଛନ୍ତି। ଏହା ହେଉଛି କେଜ୍ରିୱାଲଙ୍କ ସିଏନଜି ସ୍ମାମ୍। ଏନେଇ ତାଙ୍କ ପାଖରେ ଏକ ସିଡି ରହିଛି। ଏହାକୁ ସେ ପ୍ରମାଣ କରିବେ ବୋଲି ପାଟି କରି କହିଥିଲେ । ଦିଲ୍ଲୀ ପୋଲିସ ତାଙ୍କୁ ଅଟକ ରଖି ପଚରା ଉଚୁରା କରୁଛି।