କେଜ୍ରିୱାଲ-କୁମାର ବିଶ୍ୱାସ ଝଗଡ଼ାରେ ବଳି ପଡିଲେ କପିଲ ମିଶ୍ରା: ମନ୍ତ୍ରୀ ପଦରୁ ବିଦା

ନୂଆଦିଲ୍ଲୀ: ଦିଲ୍ଲୀ ରାଜନୀତିରେ ଏବେ ନୂଆ ମୋଡ। ଆମ୍‌ ଆଦ୍‌ମୀ ପାର୍ଟିରେ ପୁଣି ଏକ ବଡ ବିବାଦ ଦେଖାଦେଇଛି। ଆପ୍‌ ନେତା କୁମାର ବିଶ୍ୱାସଙ୍କ ନିକଟତର ଭାବେ ଜଣାଶୁଣା କପିଲ ମିଶ୍ରାଙ୍କୁ ମନ୍ତ୍ରୀ ପଦରୁ ହଟାଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ କପିଲ ମିଶ୍ରାଙ୍କୁ ମନ୍ତ୍ରୀପଦରୁ ବିଦା କରିବା ପରେ ଆପର ଭବିଷ୍ୟତ ଏବେ ଆଶଙ୍କା ଘେରରେ। ନିକଟରେ କୁମାର ବିଶ୍ୱାସଙ୍କୁ ଖୋଲାଖୋଲି ସମର୍ଥନ କରିବା ପରେ କପିଲ, କେଜ୍ରିୱାଲଙ୍କ ଆକ୍ରୋଶରେ ଶୀକାର ହୋଇଥିବା ଚର୍ଚ୍ଚା ହେଉଛି।

କପିଲ ମିଶ୍ରାଙ୍କୁ ବିଦା କରିବା ପରେ କେଜ୍ରିୱାଲ୍‌ ଅନ୍ୟ ଦୁଇଜଣ ବିଧାୟକଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରିଛନ୍ତି। କୁମାର ବିଶ୍ୱାସ ଓ କେଜ୍ରିୱାଲଙ୍କ ମଧ୍ୟରେ ଝଗଡା ଥମି ନ ଥିବା ଏହି ଘଟଣା ପରେ ଜଣାପଡିଛି।

News and Picture Courtesy-aajtak