ଆନ୍ନାଙ୍କ ଚେତାବନୀ: କେଜ୍ରିୱାଲ ଦୋଷୀ ସାବ୍ୟସ୍ତ ହେଲେ ଧାରଣା ଦେଇ ପଦରୁ ହଟାଇବି

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଲାଞ୍ଚ ନେବା ଘଟଣାରେ ଏବେ ନୂଆ ମୋଡ ନେଇଛି।  ସେମାଜସେବୀ ଆନ୍ନା ହଜାରେ ଖୋଲା ଖୋଲି କେଜ୍ରିୱାଲଙ୍କୁ ଚେତାବନୀ ଦେଇଛନ୍ତି। ଲାଞ୍ଚନେବା ଘଟଣାରେ ଯଦି କେଜ୍ରିୱାଲ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ମୁଖ୍ୟମନ୍ତ୍ରୀ ପଦରୁ ହଟେଇବାକୁ ଆନ୍ନା ଧାରଣା ଦେବାକୁ କହିଛନ୍ତି।

ଦିଲ୍ଲୀ ସରକାରଙ୍କ ପୂର୍ବତନ ମନ୍ତ୍ରୀ କପିଲ ମିଶ୍ରା କହିଥିଲେ ଯେ କେଜ୍ରିୱାଲ ୨କୋଟି ଟଙ୍କା ଲାଞ୍ଚ ନେଇଛନ୍ତି। ଏହାପରେ ଆପରେ ଆରମ୍ଭ ହୋଇଥିଲା ବୋବାଲ। ଆନ୍ନା ଏହି ଘଟଣାରେ ନିରପକ୍ଷ ତଦନ୍ତ ପାଇଁ ଦାବି କରିଛନ୍ତି। ଏହି ମାମଲା ଆସିବା ପରେ ପୂର୍ବରୁ ଆନ୍ନା ଦୁଃଖ ପ୍ରକାଶ କରିବା କଥା କହିଥିଲେ।

News and Picture Courtesy- news18