ସହି ପାରିଲେନି ଗଣମାଧ୍ୟମର “ଗରିବି ଡାକ”: ଆତ୍ମହତ୍ୟା କଲେ ବୋର୍ଡ ପରୀକ୍ଷାର ଟପ୍ପର

କନ୍ନୁର: ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ହେଉଛି ଗଣମାଧ୍ୟମ। ପ୍ରିଣ୍ଟ, ଟେଲିଭିଜନ୍ ପରେ ଏବେ ଯୁଗ ଆସି ପହଞ୍ଚିଛି ଡିଜିଟାଲରେ। ଚୁଟ୍‌କିରେ ଲୋକଙ୍କ ପାଖରେ ପହଞ୍ଚୁଛି ଖବର। ଏସବୁ ଭିତରେ ଖୁବ୍ ସକ୍ରିୟ ହୋଇ ପଡିଛି ସୋସିଆଲ୍ ମିଡିଆ।

media 3ହେଲେ ବେଳେ ବେଳେ ଗଣମାଧ୍ୟମ ଅଜାଣତରେ ପାର୍ କରି ଯାଉଛି ତାର ଲକ୍ଷ୍ମଣରେଖା। ଖବର ନାଁରେ ସମ୍ୱଦେନଶୀଳ ଖବର ପରିବେଷଣ କରୁଛି। ଯାହା ଅନେକ ସମୟରେ କୌଣସି ଚରିତ୍ର, ବ୍ୟବସ୍ଥା ବା ସମାଜକୁ ଧକ୍କା ଦେଉଛି। ତେବେ କେବେ ଭାବିଛନ୍ତି ଗଣମାଧ୍ୟମର ଖବର ଦେଖି କେହି ଆତ୍ମହତ୍ୟା କରିବା କଥା। ସେମିତି ଏକ ସମ୍ୱେଦନଶୀଳ ଖବର ଆସିଛି କେରଳର କନ୍ନୁର ଜିଲ୍ଲାରୁ। ଗଣମାଧ୍ୟମ ପାଇଁ ଚାଲି ଯାଇଛି ଜଣେ ନିରୀହ ମେଧାବୀ ଛାତ୍ରୀର ଜୀବନ।

ସୋମବାର ପ୍ରକାଶ ପାଇଥିଲା କେରଳ ବୋର୍ଡ ପରୀକ୍ଷାର ରେଜଲ୍ଟ। ୧୨୦୦ ମାର୍କରୁ ୧୧୮୦ ମାର୍କ ରଖି ଟପ୍ପର ହୋଇଥିଲେ ଶିବପୁରମ୍ମ ହାଇସ୍କୁଲର ଛାତ୍ରୀ ରଫସିନା। ବେଶ୍ ଖୁସିର ମାହୋଲ ଥିଲା  ମେଲୁରସ୍ଥିତ ରଫସିନାଙ୍କ ଘରେ। ଗୋଟିଏ ପରେ ଗୋଟିଏ ନ୍ୟୁଜ୍ ଚ୍ୟାନେଲକୁ ସାକ୍ଷାତକାର ଦେଉଥିଲେ ରଫସିନା। ହେଲେ ଦୁଇଦିନ ପରେ ବଦଳିଗଲା ଘରର ମାହୋଲ୍। ଯେଉଁ ଘର ଖୁସିରେ ଫ।ଟି ପଡୁଥିଲା ସେହି ଘରୁ ଶୁଭିଲା କରୁଣ କାନ୍ଦର ସ୍ୱର।

କଣ ହେଲା ରଫସିନାଙ୍କ ଘରେ ?

ଗରିବ ଘରର ଝିଅ କେମିତି ହେଲେ ଟପ୍ପର। କଣ ଥିଲା ତାଙ୍କ ସଫଳତାର ମନ୍ତ୍ର। ଏ ଖବରକୁ କହିବାକୁ ଯାଇ ମିଡିଆ କହିଦେଲା ରଫସିନାଙ୍କ ଦାରିଦ୍ର୍ୟର କାହାଣୀ। ଯେଉଁ ଗରିବିକୁ ଗଣ୍ଠିଲିରେ ଲୁଚାଇ ରଫସିନା ଚଢୁ ଥିଲେ ଗୋଟିଏ ପରେ ଗୋଟିଏ ସଫଳତାର ସିଡ଼ି ସେହି ଗଣ୍ଠିଲି ହଠାତ୍ ଫିଟି ଯାଇଥିଲା। ଯାହାକୁ ସହ୍ୟ କରି ପାରିନଥିଲେ ଏହି ମେଧାବୀ ଛାତ୍ରୀଜଣକ। କାରଣ ଜଣେ ଦିନମଜୁରିଆ ମାଆର ଝିଅ ଥିଲେ ସେ। ହେଲେ ଗିରିବିକୁ ଗୋପନ ଘରେ ତାଲା ପକାଇ ସେ ଯାଉଥିଲେ ସ୍କୁଲ୍। ଜଣେ ବି ସାଙ୍ଗ ଜାଣି ପାରନଥିଲେ ରଫସିନାଙ୍କ ଆର୍ଥିକ ସ୍ଥିତି ସଂପର୍କରେ।

ତେଣୁ ନିଜ ପରିବାରର ଦୟନୀୟ ଅବସ୍ଥା ମିଡିଆରେ ଦେଖି ଭାଙ୍ଗି ପଡ଼ିଥିଲା ରଫସିନା। ଲଜ୍ଜା ଓ ଅପମାନରେ ଭାଙ୍ଗି ପଡିଥିଲେ। ଶେଷରେ ବାଛି ନେଲେ ମୃତ୍ୟୁର ବାଟକୁ। ରାତି ପାହିବାକୁ କିଛି ସମୟ ବାକି ଥାଏ, ରଫସିନା ରସି ଲଗାଇ ଆତ୍ମହତ୍ୟା କଲେ।

ଆଉ ମରିବା ପୂର୍ବରୁ ଛାଡ଼ି ଯାଇଥିଲେ ଏଇ ଅବିବେକି ସମାଜ ପାଇଁ ତାର ଶେଷ ଚିଠି। ସୁଇସାଇଡ ନୋଟରେ ତାର ମୃତ୍ୟୁ ପାଇଁ ସିଧାସଳଖ ଦାୟୀ କରିଥିଲେ ଗଣମାଧ୍ୟମକୁ।

courtesy-deccan chronicle