ମୋଦିଙ୍କ ଗସ୍ତ ବେଳେ ଥିଲା ଆତଙ୍କବାଦୀ ଆକ୍ରମଣର ଆଶଙ୍କା: ଏଭଳି ବୟାନ ଦେଇ କେରଳ ମୁଖ୍ୟମନ୍ତ୍ରୀ ଚର୍ଚ୍ଚାରେ

ପ୍ରଧାନମନ୍ତ୍ରୀ ମୋଦିଙ୍କ କେରଲ ଗସ୍ତବେଳେ ଆତଙ୍କବାଦୀ ଆକ୍ରମଣର ଆଶଙ୍କା ରହିଥିଲା। ଏଭଳି ଏକ ଚାଞ୍ଚଲ୍ୟକର କଥା କହି ଚର୍ଚ୍ଚା ଘେରକୁ ଆସିଛିନ୍ତି କେରଳର ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟମ। ସେ କହିଛନ୍ତି  କୋଚି ମେଟ୍ରୋ ଟ୍ରେନ୍‌ର ଶୁଭାରମ୍ଭ କରିବା ପାଇଁ ଯେତେବେଳେ ପିଏମ୍‌ ମୋଦି କେରଳ ଗସ୍ତ କରିଥିଲେ ତାଙ୍କୁ ଏହି ସୂଚନା ମିଳିଥିଲା। କେରଳର ଡିଜିପି ତାଙ୍କୁ ଏହି ସୂଚନା ଦେଇଥିଲେ। ସୁରକ୍ଷାଦୃଷ୍ଟିକୋଣରୁ ଏହି ଖବରକୁ ପ୍ରକାଶ କରାଯାଇ ନ ଥିଲା ବୋଲି ପିନରାୟୀ ବିଜୟମ ଆଜି କହିଛନ୍ତି।