କାଳେ ପେନ୍‌ରେ ବିଷ ଲଗାଯାଇଥିବ, ସେଥିପାଇଁ…

ନୂଆଦିଲ୍ଲୀ: ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉତ୍ତର କୋରିଆର ଶାସକ କିମ୍ ଜଙ୍ଗଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଥିଲା। ଏହି ବହୁ ପ୍ରତୀକ୍ଷିତ ସାକ୍ଷାତ ଆଲୋଚନା ସିଙ୍ଗାପୁରରେ ହୋଇଥିଲା।

ତେବେ ଏହି ଅବସରରେ ମିଳିତ ମନ୍ତବ୍ୟ ଜାରି କରିବା ବେଳେ ଏକ ଛୋଟ ଘଟଣା ଘଟିଥିଲା ଯାହାକୁ ନେଇ ଏବେ ଜୋର ଚର୍ଚ୍ଚା ଚାଲିଛି। କିମ୍ ଜଙ୍ଗ୍ ଆମେରିକା ରାଷ୍ଟ୍ରପତିଙ୍କ ସହିତ ବସି ମିଳିତ ମନ୍ତବ୍ୟରେ ଦସ୍ତଖତ କରିବା ପୂର୍ବରୁ ତାଙ୍କର ଜଣେ ସୁରକ୍ଷା ଅଧିକାରୀ ତାଙ୍କ ପାଇଁ ଉଦ୍ଦିଷ୍ଟ ପେନ୍‌ଟିକୁ ପୋଛି ଥିଲେ। ସେ ହାତରେ ଗ୍ଲୋଭ୍‌ସ ପିନ୍ଧିଥିଲେ। ସେ ପେନ୍‌ଟିକୁ ଏକ ଧଳା କପଡ଼ା ବା ସେମିତି କିଛି ଜିନିଷରେ ବାରମ୍ବାର ପୋଛିବା ଥିଲେ। ତେବେ କଥା ସେଇଠି ସରି ନଥିଲା। ଯେତେବେଳେ ମିଳିତ ମନ୍ତବ୍ୟରେ ଦସ୍ତଖତ କରିବା ପାଇଁ କିମ୍ ଓ ଟ୍ରମ୍ପ ଉଦ୍ଦିଷ୍ଟ କଠୋରୀକୁ ପଶିଲେ ସେଠାରେ କିମ୍‌ଙ୍କ ଭଉଣୀ ମଧ୍ୟ ଆସି ହାଜର ହୋଇଗଲେ। ସେ ତାଙ୍କ ଜ୍ୟାକେଟ୍‌ର ପକେଟ୍‌ରେ ହାତ ପୂରାଇଲେ ଓ ତା’ ଭିତରୁ ଏକ ପେନ୍ କାଢ଼ି ତାଙ୍କ ଭାଇଙ୍କୁ ବଢ଼ାଇ ଦେଲେ ସ୍ୱାକ୍ଷର କରିବା ପାଇଁ।

Kim1

କ’ଣ ଥିଲା ଡର?
ଏହି ପେନ୍ ଘଟଣାକୁ ନେଇ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳୁଛି। କୁହାଯାଉଛି ଉତ୍ତର କୋରିଆକୁ ଡର ଥିଲା ହୁଏତ ଏହି ପେନ୍‌ରେ ବିଷ ଲଗାଯାଇଥିବ। କାରଣ କିମ୍ ଜଙ୍ଗଙ୍କ ଶତ୍ରୁ ସଂଖ୍ୟା କମ୍ ନୁହେଁ।  ତାଙ୍କ ନିଜ ଦାଦାଙ୍କୁ ହତ୍ୟା କରିଥିଲେ। ଏହା ବ୍ୟତୀତ ଅନେକ ରାଜନୈତିକ ବିରୋଧୀଙ୍କୁ ମଧ୍ୟ ହତ୍ୟା କରିଥିଲେ। ତେଣୁ କିମ୍‌ କୌଣସି ଆଡୁ ବିପଦକୁ ଟାଳିବାକୁ ଏମିତି କରିଥିଲେ ବୋଲି କୁହାଯାଉଛି।

KimJong

ଏହା ବି ଆଲୋଚନା ହେଉଛି ଯେ ଉକ୍ତ ପେନ୍ କିମ୍ ଧରିଥିଲେ ତାଙ୍କ ଆଙ୍ଗୁଠିର ଛାପ ସେଥିରେ ରହି ଯାଇଥାଆନ୍ତା। ଏମିତିକି ତାଙ୍କ ଝାଳ ବି ରହି ଯାଇଥାଆନ୍ତା। ହୁଏତ ସେଥିରୁ ଆମେରିକା ତାଙ୍କ ସ୍ୱାସ୍ଥ୍ୟ ବିଷୟରେ କିଛି ଜାଣିବାକୁ ଚେଷ୍ଟା କରି ଥାଆନ୍ତା। କିମ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଖୁବ୍ ଗୁପ୍ତ ରଖନ୍ତି।

ବିଦେଶ ଗଲେ ଟଏଲେଟ୍ ନେଇ ଯାଆନ୍ତି
ଏହା ବି ଶୁଣିବାକୁ ମିଳେ ଯେ କିମ୍ ବିଦେଶ ଗସ୍ତରେ ଗଲେ ତାଙ୍କ ସହିତ ଏକ ଟଏଲେଟ୍ ନେଇ କି ଯାଆନ୍ତି। ଏହା ପଛରେ ରହିଛି ତାଙ୍କର ଡର। ତାଙ୍କର ଡର ଏହା ଯେ କାଳେ କିଏ ତାଙ୍କ ମଳରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ଜାଣିବାକୁ ଚାହିଁବ। ତାଙ୍କର ଅଧିକ ଡର ବିଦେଶୀ ଗୁଇନ୍ଦାକୁ।