ଅଟୋରେ ବସିଲେ ମିଳିବ ୧୦୦୦ ଟଙ୍କା ପୁରସ୍କାର: ଚର୍ଚ୍ଚାରେ ଆନ୍ନାଙ୍କ ହାଇଟେକ୍‌ ଅଟୋ

ଚେନ୍ନାଇ: ଏକବିଂଶ ଶତାଦ୍ଦୀରେ ଦୂର ସ୍ଥାନକୁ ଯାତ୍ରା କରିବା ବେଳେ ସାଧାରଣ ଲୋକଟିଏ ଖୋଜିଥାଏ ଇଣ୍ଟରନେଟ୍‌ ସୁବିଧା। ଭାରତ ଭଳି ଦେଶରେ ଏଭଳି ସୁବିଧା କେବଳ ଲଗଜ୍ୟୁରିୟସ୍‌ ବସ୍‌ କିମ୍ବା ଟ୍ରେନ୍‌ରେ ମିଳିଥାଏ। ସାଧରଣ ଲୋକଙ୍କ ପାଇଁ ଏଭଳି ସୁବିଧା ପାଇବା ସ୍ୱପ୍ନ। ତେବେ ସାଧାରଣ ଲୋକଙ୍କ ଏହି ସ୍ୱପ୍ନ ପୂରଣ କରିଛନ୍ତି ଆନ୍ନା। ଦ୍ୱାଦଶ ଶ୍ରେଣୀରୁ ପାଠ ସିନା ଛାଡ଼ିଛନ୍ତି, କିନ୍ତୁ ବେଶ୍‌ ଭଲଭାବେ ବୁଝି ପାରିଛନ୍ତି ଶିକ୍ଷିତ ସମାଜର ମାନସିକତାକୁ।

anna autoଚେନ୍ନାଇର ଅଟୋ ଚାଳକ ଆନ୍ନା ଦୂରାଇ। ତାଙ୍କ ଅଟୋ ‘ଆନ୍ନା ଅଟୋ’ ନାଁରେ ପରିଚିତ। ପୂରା ଚେନ୍ନାଇରେ ବେଶ୍‌ ଲୋକପ୍ରିୟ ତାଙ୍କର ଏହି ଅଟୋ। କାରଣ ଏହା ଏମିତି ସେମିତି ଅଟୋ ନୁହେଁ, ଏକ ହାଇଟେକ୍ ଅଟୋ। ଗ୍ରାହକଙ୍କ ପାଇଁ ତାଙ୍କ ଅଟୋରେ ଅଛି ୱାଇଫାଇ, ଟିଭି ଓ କାର୍ଡ ପେମେଣ୍ଟ ଭଳି ଅତ୍ୟାଧୁନିକ ସେବା।

ପ୍ରଥମେ କିଛି ଦିନ ସାଧାରଣ ଭାବେ ଅଟୋ ଚଳାଉଥିଲେ ଆନ୍ନା। ତେବେ ତାଙ୍କ ଅଟୋରେ ଆଇଟି କ୍ଷେତ୍ରରେ ଚାକିରି କରୁଥିବା ଲୋକ ଅଧିକ ଯାତ୍ରା କରୁଥିବାର ସେ ଅନୁଭବ କରିଥିଲେ। ବାସ୍‌ ଏଇଠୁ ତାଙ୍କୁ ପ୍ରେରଣା ମିଳିଥିଲା କିଛି ନୂଆ କରିବା ପାଇଁ। ତେଣୁ ସେ ପ୍ରଥମେ ଅଟୋରେ ପଢିବା ପାଇଁ ମାଗାଜିନ ଓ ବିଭିନ୍ନ ସମ୍ବାଦପତ୍ର ରଖିବା ଆରମ୍ଭ କରିଥିଲେ। ତାଙ୍କର ଏହି ଚିନ୍ତାଧାରାକୁ ବେଶ୍‌ ପ୍ରଂଶସା କରିଥିଲେ ଅଟୋରେ ଯାଉଥିବା ଯାତ୍ରୀମାନେ। ପରେ ପରେ ସେ ଅଟୋରେ ୱାଇଫାଇ, ଟିଭି ଓ କାର୍ଡ ପେମେଣ୍ଟ ଭଳି ସୁବିଧା ଯୋଗାଇ ଦେଇଥିଲେ ଗ୍ରାହକଙ୍କୁ। ଏଥିସହ କ୍ୟାସବ୍ୟାକ ଅଫର ଭଳି ସୁବିଧା ଦେଇ ସେ ତାଙ୍କର ଗ୍ରାହକମାନଙ୍କୁ ବାନ୍ଧି ରଖି ପାରିଛନ୍ତି। ତାଙ୍କର ଆଉ ଏକ ଖାସ୍‌ କଥା ହେଉଛି ସେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ନର୍ସଙ୍କୁ ବିନା ମୂଲ୍ୟରେ ନିଜ ଅଟୋରେ ନିଅନ୍ତି।

anna auto3ଆନ୍ନା ଗ୍ରାହକଙ୍କୁ ନିଜ ସହ ଯୋଡି ରଖିବା ପାଇଁ ନିୟମିତ ଭାବେ କଷ୍ଟମର ରିଲେସନ୍‌ସିପ କଣ୍ଟେଷ୍ଟ ନିଜ ଅଟୋରେ କରିଥାନ୍ତି। ଏହି ପ୍ରତିଯୋଗିତାରେ ଅଟୋରେ ଯାଉଥିବା ଗ୍ରାହକଙ୍କୁ ଆନ୍ନା ୫ଟି ପ୍ରଶ୍ନ ପଚାରିଥାନ୍ତି ଏବଂ ଏଥିରୁ ଜଣେ ଭାଗ୍ୟଶାଳୀ ବିଜେତାଙ୍କୁ ୧୦୦୦ ଟଙ୍କା ଦେଇ ପୁରସ୍କୃତ କରିଥାନ୍ତି। ଆନ୍ନାଙ୍କ ଲୋକପ୍ରିୟତା ତାଙ୍କ ଫେସବୁକ୍‌ ଫଲୋଅର୍ସରୁ ହିଁ ଜଣାପଡ଼ିଥାଏ। ତାଙ୍କ ଫଲୋଅର୍ସ ମଧ୍ୟରେ ବଡ଼ ବଡ଼ ସେଲିବ୍ରିଟି ମଧ୍ୟ ଅଛନ୍ତି।

ଅଟୋ ଚଳାଇ ଆନ୍ନା ମାସିକ ୫୦ ହଜାର ଟଙ୍କା ରୋଜଗାର କରନ୍ତି। ଏଥିରୁ ପ୍ରାୟ ୧୦ ହଜାର ଟଙ୍କା ଗ୍ରାହକଙ୍କ ପାଇଁ ଖର୍ଚ୍ଚ କରନ୍ତି। ଭୋଡାଫୋନ ଓ ରୟାଲ ଏନ୍‌ଫିଲଡ୍‌ ଭଳି ବଡ ବଡ କମ୍ପାନୀର କଷ୍ଟମର ସର୍ଭିସରେ ଭାଷଣ ମାଧ୍ୟମରେ ଗ୍ରାହକଙ୍କ ସହ ଯୋଡି ହୋଇ ରହିବାର ମନ୍ତ୍ର ଦେଇଛନ୍ତି ଆନ୍ନା।

courtesy-Inextlive.jagaran