ଜାଣନ୍ତୁ ରାଷ୍ଟ୍ରପତି ପଦରୁ ଯିବା ପରେ କେଉଁଠି ରହିବେ ଓ କି ସୁବିଧା ପାଇବେ ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ: ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ କାର୍ଯ୍ୟକାଳ ଜୁଲାଇ ୨୪ ତାରିଖରେ ଶେଷ ହେବ। ପରବର୍ତ୍ତୀ ରାଷ୍ଟ୍ରପତିଙ୍କ ପାଇଁ ଗତ ୧୭ ତାରିଖରେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଆସନ୍ତାକାଲି ଏହାର ଫଳାଫଳ ପ୍ରକାଶ ପାଇବ। ରାଷ୍ଟ୍ରପତି ପଦରୁ ଯିବା ପରେ ପ୍ରଣବ ମୁଖାର୍ଜୀ ରହିବା ପାଇଁ ୧୦ ରାଜାଜୀ ମାର୍ଗରେ ସରକାରୀ ବାସଭବନର ବ୍ୟବସ୍ଥା କରାଯାଇଛି। ଏହାସହ ତାଙ୍କୁ ଅନ୍ୟ ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦିଆଯିବ। ଆସନ୍ତୁ ଜାଣିବା ରାଷ୍ଟ୍ରପତି ପଦରୁ ଅବସର ନେବା ପରେ ପ୍ରଣବ ମୁଖାର୍ଜୀ  କ’ଣ କ’ଣ ସୁବିଧା ପାଇବେ।

୧. ପ୍ରଣବ ମୁଖାର୍ଜୀଙ୍କ ପାଇଁ ୧୦ ରାଜାଜୀ ମାର୍ଗରେ ଆଲଟ୍‌ ହୋଇଥିବା ସରକାରୀ ବାସଭବନ ୧୧,୭୭୬ ସ୍କୋୟାର ଫୁଟ୍‌ରେ ରହିଛି। ଯୁଦ୍ଧକାଳୀନ ଭିତ୍ତିରେ ଏହାର କାମ ଚାଲିଛି। ବିଶେଷ କରି ମୁଖାର୍ଜୀଙ୍କ ପାଖରେ ବିଭିନ୍ନ ପ୍ରକାର ବହିର ଏକ ଭଣ୍ଡାର ଥିବାରୁ ଏହାକୁ ରଖିବାକୁ ସ୍ୱତନ୍ତ୍ର ଜାଗା ବାହାର କରାଯାଉଛି। ଏହି ବାସଭବନଟି ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଅବଦୁଲ କଲାମଙ୍କ ସରକାରୀ ବାସଭବନ ଥିଲା।

୨. ରାଷ୍ଟ୍ରପତି ମୁଖାର୍ଜୀ ଏବେ ମାସିକ ଦେଢ଼ ଲକ୍ଷ ଟଙ୍କା ଦରମା ପାଉଛନ୍ତି। ପଦ ଯିବା ପରେ ତାଙ୍କୁ ୭୫ ହଜାର ଟଙ୍କାର ଦରମା ମିଳିବ।

୩. ପ୍ରଣବ ମୁଖାର୍ଜୀଙ୍କ ସହ କିଛି ଷ୍ଟାଫ୍‌ ରହିବେ। ତାଙ୍କୁ ଜଣେ ବ୍ୟକ୍ତିଗତ ସଚିବ, ଜଣେ ଅତିରିକ୍ତ ସଚିବ, ଜଣେ ବ୍ୟକ୍ତିଗତ ସହାୟକ ଓ ୨ ଜଣ ପିଅନ ଦିଆଯିବ।

୫. ଦରମା ବାଦ୍‌ ଅଫିସ୍‌ କାର୍ଯ୍ୟ ପାଇଁ ମାସିକ ୬୦ ହଜାର ଟଙ୍କା ପ୍ରଦାନ କରାଯିବ।