କୋକ୍ରାଝରରେ ୟୁପି-ଶିଫୁଙ୍ଗ ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ

ଗୌହାଟି:ଆସାମର କୋକ୍ରାଝର ଜିଲ୍ଲାରେ ୟୁପି-ଶିଫୁଙ୍ଗ ପାସେଞ୍ଜର(୫୫୭୫୩) ଟ୍ରେନ ଲାଇନଚ୍ୟୁତ ହୋଇଛି। ଉତ୍ତରପୂର୍ବ ରେଳବାଇର ମୁଖପାତ୍ର ଜୟମତା ଶର୍ମାଙ୍କ କହିଛନ୍ତି ଯେ, ଶନିବାର ସକାଳ ୫ଟା ୧୫ରେ ପଶ୍ଚିମବଙ୍ଗର ଅଲ୍ଲୀପୁରଦ୍ୱାରରୁ ଯାତ୍ରୀ ନେଇ ଗୌହାଟିକୁ ଯାଉଥିବା ଏହି ଟ୍ରେନଟି ଜିଲ୍ଲାର ସଲାକଟି ଓ ବାସୁଗାଁ ମଧ୍ୟରେ ଥିବାବେଳେ ଲାଇନଚ୍ୟୁତ ହୋଇଥିଲା। ଏହି ଦୂର୍ଘଟଣା ଯୋଗୁ ଟ୍ରେନର ୫ଟି ବଗି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥି‍ବାବେଳେ ଡ୍ରାଇଭର ଓ କିଛି ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମାନ୍ୟ ଆହତ ହୋଇଥିବା ଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଛି। ଏହି ରୁଟ ଦେଇ ଆସୁଥିବା ଟ୍ରେନଗୁଡିକର ଗତିପଥକୁ ପରିବର୍ତ୍ତନ କରାଯାଇଛି।