ମଝି ଆକାଶରେ ବେହୋସ୍‌ ହୋଇଗଲେ କୋ-ପାଇଲଟ୍‌: ତା ପରେ କଣ ହେଲା?

 

ଭୁବନେଶ୍ୱର: ମଝିଆକାଶରେ ବେହୋସ୍‌ ହୋଇଗଲେ କୋ ପାଇଲଟ୍‌। ଚଳନ୍ତା ବିମାନରେ ବାଜିଲା ସତର୍କ ଘଣ୍ଟି।  କୋକୁଆଭୟ ଖେଳିଗଲା ଯାତ୍ରୀଙ୍କ ଭିତରେ। ଆଉ ବାଧ୍ୟ ହୋଇ କୋଲକାତାରୁ ହାଇଦ୍ରାବାଦ୍‌ ଯାଉଥିବା ବିମାନ ଭୁବନେଶ୍ୱରରେ କରିଥିଲା ଜରୁରୀ ଅବତରଣ। ଏମିତି ଏକ ଘଟଣା ଗତକାଲି ଘଟିଥିଲା।

ଏକ ବଡଧରଣର ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ଇଣ୍ଡିଗୋ ବିମାନ। କୋଲକାତାରୁ ହାଇଦ୍ରାବାଦ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ସହ-ପାଇଲଟ୍‌ ବେହୋସ ହୋଇଯିବାରୁ ଏୟାରକ୍ରାଫ୍‌ଟ କମାଣ୍ଡର ବିମାନକୁ ଭୁବନେଶ୍ୱର ଏୟାରପୋର୍ଟରେ ଜରୁରୀକାଳିନ ଅବତରଣ କରିଥିଲେ। ଏହି ବିମାନରେ ପାଖାପାଖି ୧୫୦ ଜଣ ଯାତ୍ରୀ ରହିଥିଲେ। ପରେ ଭୁବନେଶ୍ୱର ବିମାନ ବନ୍ଦରରୁ ଅନ୍ୟ ଜଣେ କୋ-ପାଇଲଟ ତାଙ୍କ ଦାୟିତ୍ୱ ନେବା ପରେ ପୁଣି ଏହି ବିମାନଟି ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରିଥିଲା। ଏନେଇ ଏୟାରକ୍ରାଫ୍‌ଟ ଆକ୍ସିଡେଣ୍ଟ ଇନ୍‌ଭେଷ୍ଟିଗେସନ୍‌ ବୋର୍ଡ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।