କରାଚୀରେ ସୁରକ୍ଷାକର୍ମୀଙ୍କ ଉପରକୁ ହମଲା, ୩ ମୃତ

ଇସଲାମବାଦ୍: ପାକିସ୍ତାନର କରାଚୀ ସହରରେ ଅଜଣା ବନ୍ଧୁକଧାରୀଙ୍କ ଆକ୍ରମଣରେ ୩ ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଛି । ଆକ୍ରମଣକାରୀମାନେ ସୁରକ୍ଷାକର୍ମୀଙ୍କ ଗାଡି ଉପରକୁ ଅତର୍କିତ ଗୁଳି କରିଥିଲେ । ଆକ୍ରମଣକାରୀମାନେ ଏକ ମୋଟର ସାଇକେଲରେ ଆସି ସୁରକ୍ଷାକର୍ମୀଙ୍କ ଉପରକୁ ଅତର୍କିତ ଗୁଳି କରିଥିଲେ। ଏହି ସମୟରେ ସୁରକ୍ଷାକର୍ମୀ ମାନେ ଅଜିଜାବାଦ ଅଞ୍ଚଳ ଗସ୍ତରେ ଥିଲେ।
ମୃତ ସୁରକ୍ଷାକର୍ମୀଙ୍କ ମଧ୍ୟରୁ ଜଣେ ସବ୍ ଇନ୍ସେପେକ୍ଟର ଅଛନ୍ତି ।