୧୫ ମହଲା କୋଠା ଭୁଶୁଡି ୨୦ ମୃତ

ତେହେରାନ୍‌: ଇରାନ୍‌ର ରାଜଧାନୀ ତେହେରାନ୍‌ରେ ୧୫ ମହଲା ବିଶିଷ୍ଟ ଏକ ବ୍ୟବସାୟୀକ କୋଠାରେ ନିଆଁ  ଲିଭାଉ ଥିବାବେଳେ  କୋଠା ଭୁଶୁଡି ପଡ଼ିବାରୁ ଦମକଳ ବିଭାଗର୨୦ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି।  ଶତାଧିକ ଲୋକ ଫଶି ରହି ଥିବା ଜଣାପଡ଼ିଛି।  ଘଟଣାସ୍ଥଳରେ ସୁରକ୍ଷାକର୍ମୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

କୋଠାରେ ନିଆଁ ଲାଗିଥିବା ବେଳେ ଦମକଳ ଗାଡ଼ି ପହଞ୍ଚି ନିଆଁ ଲିଭାଇବା ସମୟରେ ହଠାତ୍ କୋଠାଟି ଭୁଶୁଡି ପଡ଼ିଥିଲା।  ଫଳରେ ୨୦ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା।