ଗିନିଜ୍‌ ବୁକ୍‌ ଅଫ୍‌ ବିଶ୍ୱ ରେକର୍ଡରେ କୋଏମ୍ବାଟୁରର ଶିବ ପ୍ରତିମୂର୍ତ୍ତି

କୋଏମ୍ବାଟୁର: ତାମିଲନାଡୁ ଇଶା ଯୋଗ କେନ୍ଦ୍ରରେ ନିର୍ମାଣ ହୋଇଥିବା ଆଦ୍ୟଯୋଗୀ ଶିବଙ୍କ ପ୍ରତିମୂର୍ତ୍ତି ଗିନିଜ୍‌ ବୁକ୍‌ ଅଫ ରେକର୍ଡରେ ସ୍ଥାନ ପାଇବ। ଇସ୍ପାତରେ ନିର୍ମିତ 112 ଫୁଟ ଉଚ୍ଚତା ବିଶିଷ୍ଟ ଏହି ପ୍ରତିମୂର୍ତ୍ତିଟି ବିଶ୍ୱର ସବୁଠାରୁ ବଡ ଆବକ୍ଷ( ଛାତି ଠାରୁ ଉପରକୁ ) ପ୍ରତିମୁର୍ତ୍ତି ବୋଲି ଗିନିଜ ବୁକ ସଂସ୍ଥା ଘୋଷଣା କରିଛି। ଚଳିତ ବର୍ଷ ଫେବୃଆରୀରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି  ପ୍ରତିମୁର୍ତ୍ତିଟି ଉନ୍ମୋଚିତ ହୋଇଥିଲା। ଏହାକୁ ଡିଜାଇନ କରିବାକୁ 30 ମାସ ଲାଗିଥିବାବେଳେ ସମ୍ପୂର୍ଣ୍ଣ ନିର୍ମାଣ କରିବାକୁ 8 ମାସ ସମୟ  ଲାଗିଥିଲା। ଛାତିରୁ ମସ୍ତକ ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ବିଶ୍ୱର ସବୁଠାରୁ ବଡ ପ୍ରତିମୂର୍ତ୍ତି  ଚିହ୍ନଟ ହେବା ପରେ ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ଦିଆଯିବ।

News and Picture Courtesy-zee news