ସୁପରକପ୍ କେପିଏସ୍‌ ଗିଲଙ୍କ ପରଲୋକ

ନୂଆଦିଲ୍ଲୀ: ସୁପରକପ୍ କେପିଏସ୍‌ ଗିଲଙ୍କ ପରଲୋକ। ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ୮୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। କିଡନୀ ଜନିତ ସମସ୍ୟାକୁ ନେଇ ସେ ଦୀର୍ଘ ଦିନ ହେବ ଚିକିତ୍ସିତ ହେଉଥିଲେ। ୮୦ ଦଶକରେ ପଞ୍ଜାବରେ ଶିଖ ଆତଙ୍କବାଦ ମୁକାବିଲାରେ ତାଙ୍କର ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା। ପଞ୍ଜାବର ଦୁଇ ଦୁଇ ଥର ପୋଲିସ ମୁଖ୍ୟ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ଗିଲ୍।  ଶ୍ରୀଲଙ୍କାରେ ଏଲ୍‌ଟିଟିଇ ବିରୋଧରେ ରଣନୀତି ପ୍ରସ୍ତୁତିରେ ମଧ୍ୟ ସେ କେନ୍ଦ୍ର ସରକାରଙ୍କୁ ସହାୟତା କରିଥିଲେ। ଛତିଶଗଡ଼ରେ ମାଓ ମୁକାବିଲା ପାଇଁ କେପିଏସ ଗିଲଙ୍କୁ ସୁରକ୍ଷା ପରାମର୍ଶଦାତା ନିଯୁକ୍ତ କରାଯାଇଥିଲା। ଗିଲ ଇନଷ୍ଟିଚ୍ୟୁଟ ଅଫ୍ କନଫ୍ଲିକ୍ଟ ମ୍ୟାନେଜମେଣ୍ଟ ଏବଂ ଇଣ୍ଡିଆନ୍‌ ହକି ଫେଡେରେସନର ମୁଖ୍ୟ ମଧ୍ୟ ଥିଲେ।