ହିମାଞ୍ଚଳ ପ୍ରଦେଶ: ଭୂ-ସ୍ଖଳନରେ ୮ ମୃତ,୧୦ ଗୁରୁତର

Kullu: 7 killed, many trapped as landslide hits Manikaran gurdwaraମାନିକାରଣ: ହିମାଞ୍ଚଳ ପ୍ରଦେଶରେ ମଙ୍ଗଳବାର ଅପରାହ୍ଣରେ ବଡଧରଣର ଭୂ-ସ୍ଖଳନ ହୋଇଛି। ଏଥିରେ ମାନିକାରଣ ଅଞ୍ଚଳରେ ଥିବା ମାନିକାରଣ ସାହେବ ଗୁରୁଦ୍ୱାର ଗୁମ୍ଫାରେ ବ୍ୟାପକ କ୍ଷତି ହୋଇଛି। ଏହା ଭିତରେ ଥିବା ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଗୁରୁତର ହୋଇଛନ୍ତି ‍ବୋଲି କୁଲ୍ଲୁ ଡେପୁଟି କମିଶନର ରାକେଶ କନୱର ସୂଚନା ଦେଇଛନ୍ତି। ଭୂ-ସ୍ଖଳନ ଜଣାପଡିବାପରେ ଗୁରୁଦ୍ୱାରକୁ ବନ୍ଦ କରିଦିଆଯାଇଛି। ୬ ମହଲା ବିଶିଷ୍ଟ ଏହି ଗୁମ୍ଫାରେ ବ୍ୟାପକ କ୍ଷତି ହୋଇଛି। ଭୂ-ସ୍ଖଳନରେ ୬ଟି ମହଲାର ମଧ୍ୟ ଭାଗର ଛାତ ଭୁଷୁଡି ପଡିଥିବା ସେ କହିଛନ୍ତି। ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ ଓ ମେଡିକାଲ ଟିମ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି। ଗୁମ୍ଫାର ବହୁ ଅଂଶ ଭାଙ୍ଗିପଡିଥିବାରୁ ଏଥିରେ ବହୁ ଲୋକ ଫସି ରହିଥିବା ଜଣାପଡିଛି।