କୁୱେତ୍: ମସଜିଦରେ ଆତ୍ମଘାତୀ ବିସ୍ଫୋରଣ, ୨୫ ମୃତ, ୨୦୦ ଆହତ

କୁୱେତ୍ ସିଟି: କୁୱେତର ରାଜଧାନୀ କୁୱେତ୍ ସିଟିରେ ଶୁକ୍ରବାର ଏକ ସିଆ ମସଜିଦ୍ ଅଲ୍-ଇମାମ ଅଲ୍-ସାଦିକରେ ଆତ୍ମଘାତୀ ବିସ୍ଫୋରଣ ଘଟିବାରୁ ୨୫ ଜଣଙ୍କର ମୃତ୍ୟୁ ଘଟିଛି। ୨୦୦ରୁ ଅଧିକ ଜଣ ଆହତ ହୋଇଛନ୍ତି। ବିସ୍ଫୋରଣ ବେଳେ ମସଜିଦ୍ ମଧ୍ୟରେ ପ୍ରାୟ ୨୦୦୦ ଶ୍ରଦ୍ଧାଳୁ ପ୍ରାର୍ଥନା ପାଇଁ ଉପସ୍ଥିତ ଥିଲେ। ଏହି ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ୍ (ଆଇଏସ) ନିଜକୁ ଦାୟୀ କରିଛି। ଆଇଏସ୍ ସହିତ ଜଡ଼ିତ ସାଉଦି ଆରବିୟାର ଏକ ଆତଙ୍କବାଦୀ ସଂଗଠନ ଏହି କାଣ୍ଡ ଭିଆଇଛି। ଆବୁ ସୁଲୈମାନ ଅଲ୍ ମୁୱାହିଦ ଏହି ଆତ୍ମଘାତୀ ଆକ୍ରମଣ କରିଥିଲା। ସୁନ୍ନି ମୁସଲମାନ ମାନଙ୍କୁ ସିଆର ନୀତିରୀତି ଶିକ୍ଷା ଦିଆଯାଉଥିବା ଯୋଗୁ ଏହି ମସଜିଦ୍ ଉପରେ ଆକ୍ରମଣ କରାଯାଇଛି ବୋଲି ଆଇଏସ୍ ପକ୍ଷରୁ କୁହାଯାଇଛି।

୨୦୦୬ ପରେ କୁୱେତରେ ଏହା ହେଉଛି ସବୁଠୁ ବଡ଼ ଆକ୍ରମଣ।