ଲାଇଭ୍ ସୋ ରେ କାନ୍ଦି ପକାଇଲେ ଆଙ୍କର: କାହିଁକି…? ପଢନ୍ତୁ ଏହି ରିପୋର୍ଟ

ଜେରୁଜେଲମ: କିଛି ଦିନ ପୂର୍ବେ ଛତିଶଗଡ଼ର ଏକ ଟେଲିଭିଜନ ନ୍ୟୁଜ ଉପସ୍ଥାପିକା ନିଜ ସ୍ୱାମୀଙ୍କ ମୃତ୍ୟୁ ଖବର ଟିଭି ପରଦାରେ ପଢିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସ୍ୱାମୀଙ୍କ ମୃତ୍ୟୁ ଖବର ଲାଇଭ୍ ପଢିବା କଷ୍ଟଦାୟକ ହୋଇଥିଲେ ମଧ୍ୟ ନିଜ କର୍ତ୍ତବ୍ୟରୁ ଓହରି ନଥିଲେ ମହିଳା ଜଣଙ୍କ।  ପୁଣି ଜଣେ ଲେଡି ଆଙ୍କରଙ୍କ ଭିଡିଓ ଭାଇରାଲ ହୋଇଛି ସୋସିଆଲ ମିଡିଆରେ। ଏଠି କିନ୍ତୁ ଘଟଣାଟି ସମ୍ପୂର୍ଣ୍ଣ ଭିନ୍ନ।

ଇସ୍ରାଏଲର ଜଣେ ଆଙ୍କର ଲାଇଭ୍ ନ୍ୟୁଜ ପଢୁଥିବା ବେଳେ ହଠାତ୍ ଜାଣିବାକୁ ପାଇଲେ ଯେ ଏହା ହେଉଛି ତାଙ୍କର ଶେଷ ସୋ। କାରଣ ଇସ୍ରାଏଲ ସରକାର ସେ ଚାକିରି କରୁଥିବା ନ୍ୟୁଜ୍ ଚ୍ୟାନେଲକୁ ବନ୍ଦ କରିବାକୁ  ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସେ ନିଜ ଭାବପ୍ରବଣତାକୁ ନିଜ ମଧ୍ୟରେ ଚାପି ପଢିଥିଲେ ନ୍ୟୁଜ୍ ଚ୍ୟାନେଲ ବନ୍ଦ ହେବାର ଖବର। ତାଙ୍କ ଆଖି କହି ଦେଉଥିଲା ତାଙ୍କ ମନର କଥା। ଛଳ ଛଳ ଆଖିରେ ସେ ପଢିଥିଲେ ସମ୍ପୂର୍ଣ୍ଣ ଖବର। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓଟିକୁ ଲକ୍ଷାଧିକ ଲୋକ ଦେଖିବା ସହ ସାବାସୀ ଦେଉଛନ୍ତି ଏହି ଆଙ୍କରଙ୍କୁ।

courtesy: NDTV