ବିନା ବୁର୍ଖାରେ ଫଟୋ ଟ୍ୱିଟ୍‌ କରି ମହିଳା ଗିରଫ

ରିୟାଧ: ବିନା ବୁର୍ଖାରେ ସାଉଦି ଆରବର ଜଣେ ମହିଳା ଫଟୋ ଟ୍ୱିଟ୍‌ କରି ଗିରଫ ହୋଇଛନ୍ତି। ଘଟଣାଟି ସାଉଦି ଆରବର ରାଜଧାନୀ ରିୟାଧ ସହରରେ ଘଟିଛି। ପୋଲିସର କହିବାନୁଯାୟୀ ମହିଳା ଜଣକ ରିୟାଧର ଏକ କାଫେ ବାହାରେ ବିନା ବୁର୍ଖାରେ ଫଟୋ ଉଠାଇ ଟ୍ୱିଟ୍‌ କରିଛନ୍ତି। ସାଉଦିରେ ଲାଗୁ କରାଯାଇଥିବା ନିୟମକୁ ମହିଳା ଜଣକ ଉଲ୍ଲଘଂନ କରିଥିବା ଯୋଗୁଁ ତାଙ୍କୁ ଗିରଫ କରାଯାଇଥିବା କଥା ପୋଲିସ କହିଛି।

ମହିଳାଙ୍କ ବୟସ ପାଖାପାଖି ୨୦ ରୁ ୩୦ବର୍ଷ ହୋଇଥିବାର ଆଶା କରାଯାଉଛି। ଗିରଫ ପରେ ମହିଳାଙ୍କୁ ଜେଲ ପଠାଯାଇଛି। ଏକ ଇଂରାଜୀ ଖବର କାଗଜ ପ୍ରକାଶିତ ଖବର ଅନୁଯାୟୀ ପୋଲିସ ମହିଳାଙ୍କ ନାମ ଗୋପନ ରଖିଥିବା ବେଳେ କିଛି ୱେବ୍‌ ସାଇଟ୍‌ ମହିଳାଙ୍କ ନାମ ମାଲକ ଅଲ-ଶହରୀ କହିଛନ୍ତି।

ଦୀର୍ଘ ଏକ ମାସ ଧରି ମହିଳାଙ୍କ ଏହି ଫଟୋକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଲାଗି ରହିଥିଲା।

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More