ଉଚ୍ଛେଦ ରୋକିବାକୁ ଜେସିବି ମେସିନ୍ରେ ଚଢ଼ିଗଲେ ମହିଳା ସରପଞ୍ଚ, ଦେଖନ୍ତୁ ଭିଡିଓ

ଜୟପୁର: ରାଜସ୍ଥାନର ଜାଲୋରେ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି ଜିଲ୍ଲା ଅନ୍ତର୍ଗତ ମାନ୍ଦାୱାଲା ଗାଁରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ ଚାଲିଥିବା ବେଳେ ଏହାକୁ ଭିନ୍ନ ଉପାରେ ଅଟକାଇବାକୁ ଚେଷ୍ଟା କରିଛନ୍ତି ମହିଳା ସରପଞ୍ଚ ରେଖା ଦେବୀ।
ନଭେମ୍ବର ୨୧ରେ ପ୍ରଶାସନ ପକ୍ଷରୁ ଗାଁରେ ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଥିଲା। ଜେସିବି ମେସିନ୍ ଯେତେବେଳେ ଜବରଦଖଲ ଉଚ୍ଛେଦ କରିବାକୁ ଉଦ୍ୟମ କରିଥିଲା ପ୍ରଥମେ ରେଖା ଦେବୀ ଏହାକୁ ବନ୍ଦ କରିବାକୁ କହିଥିଲେ। ହେଲେ ଜେସିବି ମେସିନ୍ ଡ୍ରାଇଭର ଏହାକୁ କର୍ଣ୍ଣପାତ କରିଥିଲେ। ଫଳରେ ସେ ଜେସିବି ମେସିନର ସମ୍ମୁଖ ଭାଗରେ ଲାଗିଥିବା କ୍ରେନ୍କୁ ଧରି ଓହଳି ପଡ଼ିଥିଲେ।
ଡ୍ରାଇଭର ଜଣଙ୍କ ଏହା ଦେଖି ନ ପାରି କ୍ରେନ୍ଟିକୁ ଉଠାଇ ନେଇଥିଲେ। ତଥାପି ରେଖା ସେଥିରେ ଓହଳି ରହିଥିଲେ। ସେ ଛାଟିପିଟି ହେବା ପରେ ସେଠାରେ ଉପସ୍ଥିତ ଜଣେ ବ୍ୟକ୍ତି ତାଙ୍କୁ କ୍ରେନ୍ରୁ ତଳକୁ ଓହ୍ଲାଇବାରେ ସହଯୋଗ କରିଥିଲେ।
ଏବେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି
#WATCH: Rekha Devi, sarpanch of Mandawala village tries to climb a JCB machine in an attempt to stop anti-encroachment drive in Jalore, Rajasthan. (21.11) pic.twitter.com/fxpd93TvVi
— ANI (@ANI) November 22, 2019