ଲାହୋର ଆତ୍ମଘାତୀ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି

ଲାହୋର: ପାକିସ୍ତାନ ଲାହୋର ମାଲ୍‌ ରୋଡ଼୍‌ରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଥିବା ବେଳେ ପୋଲିସ୍‌ ଜଣେ ସନ୍ଦିଗ୍ଧକୁ ଗିରଫ କରିଛି। ଗିରଫ ସନ୍ଦିଗ୍ଧ ଜଣକ ଆତଙ୍କବାଦୀଙ୍କୁ ସାହାଯ୍ୟ କରିଥିବା ପୋଲିସ କହିଛି।

ଗତ ସୋମବାର ମାଲ ରୋଡ଼୍‌ରେ ଚାଲିଥିବା ଏକ ଶୋଭାଯାତ୍ରାରେ ଜଣେ ତାଲିବାନୀ ନିଜ ଦେହରେ ବୋମା ଲଗାଇ ବିସ୍ଫୋରଣ କରିଦେଇଥିଲା। ଫଳରେ ଘଟଣାସ୍ଥଳରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିଲେ। ଆଜି ଆଉ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।