୬ ସପ୍ତାହ ପାଇଁ ଜେଲ୍‌ରୁ ବାହାରିବେ ଲାଲୁ: ଦେହ ଖରାପ କହି ଜାମିନ୍‌ ପାଇଁ ଅଡ଼ି ବସିଥିଲେ

ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ତଥା ଆର୍ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ମିଳିଲା ଜାମିନ୍। ସ୍ୱାସ୍ଥ୍ୟଗତ କାରଣରୁ ଲାଲୁଙ୍କୁ ୬ ସପ୍ତାହ ପାଇଁ ଜାମିନ୍ ମଞ୍ଜୁର କରିଛନ୍ତି ଝାଡ଼ଖଣ୍ଡ ହାଇକୋର୍ଟ। ୫ଦିନ ପାଇଁ ଏବେ ପାରୋଲରେ ଅଛନ୍ତି ଲାଲୁ। ପୁଅ ତେଜ ପ୍ରତାପ ଯାଦବଙ୍କ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଛନ୍ତି। ବହୁ ଚର୍ଚ୍ଚିତ ଚାରା ଦୂର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଲାଲୁ। ତାଙ୍କୁ ମୋଟ୍ ୪ଟି ମାମଲାରେ ଦଣ୍ଡ ବିଧାନ ହୋଇଛି। ତେବେ ଗତ ମାସରୁ ସ୍ୱାସ୍ଥ୍ୟ ଖରାପ ଥିବା ଦର୍ଶାଇ ପ୍ରଥମେ ଦିଲ୍ଳୀ ଏମ୍ସ ଏବଂ ପରେ ରାଞ୍ଚି ମେଡିକାଲରେ ଭର୍ତ୍ତି ହୋଇଥିଲେ।