ଲାଲୁଙ୍କୁ ପୁଣି ୫ ବର୍ଷ ଜେଲ୍‌

ନୂଆଦିଲ୍ଲୀ: ଗୋଖାଦ୍ୟ ଦୁର୍ନୀତିର ଆଉ ଏକ ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ୫ ବର୍ଷ ଜେଲ୍ ହୋଇଛି। ଚାଇବାସା କୋଷାଗାରରୁ ଅର୍ଥ ହଡପ ମାମଲାରେ ଲାଲୁଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ରାଞ୍ଚିର ସ୍ୱତନ୍ତ୍ର ସିବିଆଇ ଅଦାଲତ।

ପୂର୍ବରୁ ମଧ୍ୟ ଗୋଖାଦ୍ୟ ଦୁର୍ନୀତିର ୨ଟି ମାମଲାରେ ଲାଲୁଙ୍କୁ  ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ। ଏହା ପୂର୍ବରୁ ଦେଓଘର କୋଷାଗାର ଅର୍ଥ ହଡପ ମାମଲାରେ ଲାଲୁଙ୍କୁ ସାଢେ ତିନି ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ଲାଲୁ ବର୍ତ୍ତମାନ ରାଞ୍ଚିର ବିର୍ସା ମୁଣ୍ଡା ଜେଲରେ ସଜା କାଟୁଛନ୍ତି। ପୂର୍ବରୁ ମଧ୍ୟ ଚାଇବସାର ଅନ୍ୟ ଏକ ମାମଲାରେ ତାଙ୍କୁ ୫ ବର୍ଷ ଜେଲ ଦଣ୍ଡ ଆଦେଶ ହୋଇଛି। ଲାଲୁଙ୍କ ସମେତ ଅନ୍ୟ ୧୨ ଜଣ ଅଭିଯୁକ୍ତ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।