ଲାଲୁଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍‌କା: ଚାଲିବ ଅପରାଧିକ ଷଡ଼ଯନ୍ତ୍ର ମାମଲା

ନୂଆଦିଲ୍ଲୀ: ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ସୁପ୍ରିମକୋର୍ଟରୁ ଝଟ୍‌କା ଲାଗିଛି। ସୁପ୍ରିମକୋର୍ଟ ସିବିଆଇର ଦଲିଲ ଗ୍ରହଣ କରି ଲାଲୁଙ୍କ ବିରୋଧରେ ଷଡଯନ୍ତ୍ର ମାମଲା ଚାଲିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ସବୁ ମାମଲାର ଭିନ୍ନ ଭିନ୍ନ ଟ୍ରାୟଲ୍‌ ହେବା ବୋଲି ମଧ୍ୟ କୋର୍ଟ ତାଙ୍କ ରାୟରେ କହିଛନ୍ତି।

୨୦ ଏପ୍ରିଲ୍‌ରେ କୋର୍ଟ ମାମଲାର ଶୁଣାଣି କରିବା ସହ ରାୟ ସଂରକ୍ଷିତ ରଖିଥିଲେ। ଏହାସହ ଏହି ମାମଲାରେ ସାକ୍ଷୀଙ୍କୁ ଏକ ସପ୍ତାହ ମଧ୍ୟରେ ନିଜର ମତାମତ ଦେବାକୁ କହିଥିଲେ।

ଏହି ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟ ଲାଲୁଙ୍କ ବିରୋଧରେ ଏଫ୍‌ଆଇଆର୍‌ ରଦ୍ଦ କରିବାକୁ ଦେଇଥିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଚ କରି ସିବିଆଇ ସୁପ୍ରିମକୋର୍ଟରେ ଏହି ମାମଲା ଦାୟର କରିଛି।

ସୌଜନ୍ୟ-ଆଜତକ୍‌

ଫଟୋ-ଆଜ୍‌ତକ୍‌