ଛାତ ଉପରେ ବିରାଟ କୁମ୍ଭୀର, ଦେଖନ୍ତୁ ଭିଡିଓ

ବେଲଗାମ: କର୍ଣ୍ଣାଟକାରେ ଲଗାଣ ବର୍ଷା ଯୋଗୁ ରାଜ୍ୟର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଯୋଗୁ କର୍ଣ୍ଣାଟକାରେ ପ୍ରାୟ ୪୫ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି।

ଏହି ଭୟଙ୍କର ବନ୍ୟାରେ ବେଲଗାମ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏବେ ସେଠାରୁ ଏକ ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି। ରାଜାରାସ୍ତାରେ ଚାଲୁଥିବା ବନ୍ୟା ପାଣିରେ ଶତାଧିକ ଛୋଟବଡ଼ କୁମ୍ଭୀର ନିଜର ଦବଦବା ଦେଖାଉଛନ୍ତି। କିନ୍ତୁ ଗୋଟିଏ ବିରାଟ କୁମ୍ଭୀର ବେଲଗାମରେ ଥିବା ଏକ ଘରର ଛାତ ଉପରେ ବୁଲୁଥିବା ଦେଖିବାକୁ ମିଳିଛି।

ଏକ ଜାତୀୟ ନ୍ୟୁଜ ଏଜେନ୍ସି ୧୫ ସେକେଣ୍ଡର ଏକ ଭିଡିଓ ପୋଷ୍ଟ କରିଛି। ଏଥିରେ ଛାତ ଉପରେ ଏକ ବିରାଟ କୁମ୍ଭୀର ପାଟି ମେଲା କରି ବସିଥିବା ଦେଖିବାକୁ ମିଳୁଛି।

ସେହିପରି କୁମ୍ଭୀର ଠାରୁ ମାତ୍ର ଅଳ୍ପ ଦୂରତାରେ କିଛି ଲୋକ ଏହି ଦୃଶ୍ୟକୁ କ୍ୟାମେରାରେ କଏଦ କରିଛନ୍ତି। କୁମ୍ଭୀରକୁ ଠାବ କରାଯିବା ପରେ ବନ ବିଭାଗକୁ ଖବର ଦିଆଯାଇଥିଲା। ହେଲେ ବନ ବିଭାଗ ଅଧିକାରୀ ପହଞ୍ଚିବା ପୂର୍ବରୁ କୁମ୍ଭୀରଟି ବନ୍ୟା ଜଳ ମଧ୍ୟରେ ଅନ୍ତର୍ଦ୍ଧାନ ହୋଇଯାଇଥିଲା। ଏବେ ଏହି ବିରାଟକାୟ କୁମ୍ଭୀରର ଉପସ୍ଥିତି ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି।

ଦେଖନ୍ତୁ ଭିଡିଓ