ସୁରକ୍ଷା କର୍ମୀଙ୍କୁ ସହଯୋଗ କଲେ ହତ୍ୟା କରିବୁ : ଲକ୍ସର-ଇ-ତୋଇବା

ଜମ୍ମୁ : ପୋଲିସ ଓ ସୁରକ୍ଷା କର୍ମୀଙ୍କୁ ସହଯୋଗ କଲେ ଗୁଳି କରି ହତ୍ୟା କରାଯିବ ବୋଲି ଲକ୍ସର-ଇ-ତୋଇବା ପକ୍ଷରୁ ଚେତାବନୀ ଦିଆଯାଇଛି । ଇଦ ଅବସରରେ ଜମ୍ମୁ-କଶ୍ମୀରର ବିଭିନ୍ନ ମସଜିତ ଆଗରେ ପୋଷ୍ଟର ମାରି ଏହି ଆତଙ୍କୀ ସଂଗଠନ ଏପରି ଧମକ ଦେଇଛି ।

ମହିଳା ମାନଙ୍କୁ ପୋଲିସ କ୍ୟାମ୍ପ ପାଖକୁ ଯିବାକୁ ବାରଣ କରିଛନ୍ତି । ଏହା ସହ ଠିକାଦାର ମାନଙ୍କୁ ସେନା ସହ ମିଶି କାମ ନକରିବାକୁ ଧମକ ଦିଆଯାଇଛି ।