ଭାରତରେ ପଶିଲେ ୨୦ରୁ ୨୫ ଆତଙ୍କୀ; ବିମାନ ବନ୍ଦର ଓ ଷ୍ଟେସନରେ ହାଇଆଲର୍ଟ

ନୂଆଦିଲ୍ଲୀ: ଭାରତ ଭିତରକୁ ୨୦ରୁ ୨୫ ଆତଙ୍କବାଦୀ ପଶି ଆସିଥିବା ଗୁଇନ୍ଦା ବିଭାଗ ସୂଚନା ଦେଇଛି। ଏହି ଆତଙ୍କୀମାନେ ୨୬/୧୧ ଦୁର୍ଘଟଣାକୁ ପୁଣି ଥରେ ପୁନରାବୃତ୍ତି କରିବାକୁ ଚାହୁଁଥିବା ଜଣାପଡିଛି। ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ଦେଶର ବଡ଼ ସହର ରହିଛି। ବିମାନ ବନ୍ଦର ଓ ଷ୍ଟେସନ ଗୁଡ଼ିକରେ ହାଇଆଲର୍ଟ ଜାରି କରାଯାଇଛି।

ବିମାନ ବନ୍ଦର, ପର୍ଯ୍ୟଟନ ସ୍ଥଳୀ, ମଲ୍, ହୋଟେଲ, ଷ୍ଟେସନ ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ କରି ପାରନ୍ତି। ସମସ୍ତ ସୁରକ୍ଷା କର୍ମୀଙ୍କୁ ଆଲର୍ଟ ରହିବାକୁ ଗୃହମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଅନ୍ୟପଟେ ସନ୍ଦିଗ୍ଧ ଲୋକ, କୌଣସି ଜିନିଷ କିମ୍ୱା ଯାନବାହନ ଉପରେ ତୀକ୍ଷ୍ନ ନଜର ରଖିବାକୁ କୁହାଯାଇଛି।

ରିପୋର୍ଟ ଓ ଫଟୋ-ଆଜ୍‌ତକ୍‌