ସେନାକୁ ଧମକ ଦେଲା ଲସ୍କର-ଇ-ତୋଇବା

ନୂଆଦିଲ୍ଲୀ: ଭାରତୀୟ ସେନାକୁ ଧମକ ଦେଇଛି ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଇବା(ଏଲ୍‌ଇଟି)। କାଶ୍ମୀର ସୀମାରେ ନିୟୋଜିତ ସୁରକ୍ଷାକର୍ମୀଙ୍କ ପାଇଁ ୨୦୧୮ ସମସ୍ୟା ବହୁଳ ହେବ ବୋଲି ଲସ୍କର କହିଛି। ଲସ୍କରର ଅନ୍‌ଲାଇନ୍‌ ମାଗାଜିନ୍‌ Wyethରେ ଏକ ସକ୍ଷାତ୍‌କାର ଦେଇ ଏଲ୍‌ଇଟିର ପ୍ରବକ୍ତା ଅବ୍‌ଦୁଲ୍ଲା ଗଜନବୀ ଏହି ଧମକ ଦେଇଛି।

ସେ କହିଛି ଯେ, ଲସ୍କର-ଏ-ତୋଇବା ସାଧାରଣ ଜନତାଙ୍କ ପାଇଁ ସଂଘର୍ଷ କରୁଛି। ଏହି ସଙ୍ଗଠନ ଜାମ୍ମୁ-କାଶ୍ମୀର ଜନତାଙ୍କ ଚିନ୍ତାଧାରାକୁ ପ୍ରତିନିଧିତ୍ୱ କରୁଛି। ଏଣୁ ୨୦୧୮ ଭାରତୀୟ ସେନାପାଇଁ ମୁସ୍କିଲ୍‌ ହେବ। ଗଜନବୀ ଆହୁରି କାଶ୍ମୀର ସଂଘର୍ଷକୁ ସମର୍ଥନ ଦେବା ପାକିସ୍ତାନର ନୈତିକ ଓ ଆଇନଗତ ଦାୟିତ୍ୱ।

ସୂଚନା ଯୋଗ୍ୟ, ବର୍ତ୍ତମାନ କାଶ୍ମୀର ସୀମାରେ ଆତଙ୍କବାଦୀଙ୍କ ବିରୋଧରେ ସେନାର ଅପରେସନ ଅଲ୍‌ ଆଉଟ୍‌ ଜାରି ରହିଛି। ୨୦୧୭ ମସିହାରେ ଏହି ଅପରେସନ ଆରମ୍ଭ କରିବା ଦିନଠାରୁ ବହୁ ସଂଖ୍ୟାରେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି।