ବିଦାୟୀ ରାଷ୍ଟ୍ରପତିଙ୍କ ଭାବଗର୍ଭକ ଅଭିଭାଷଣ: କହିଲେ ଯେବେ ଲୋଭ ସୀମା ଟପେ, ପ୍ରକୃତି କୋପ ଦେଖାଏ  

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭାବେ ସରିଲା ପ୍ରଣବ ମୁଖାର୍ଜୀଙ୍କ କାର୍ଯ୍ୟକାଳ। ଆସନ୍ତାକାଲି ଚତୁର୍ଦ୍ଦଶ ରାଷ୍ଟ୍ରପତି ଭାବେ ଶପଥ ନେବେ ରାମନାଥ କୋବିନ୍ଦ। ଏହା ପୂର୍ବରୁ ସୋମବାର ଜାତି ଉଦ୍ଦେଶ୍ୟରେ ନିଜ ବିଦାୟୀ ଅଭିଭାଷଣ ରଖିଥିଲେ ପ୍ରଣବ ମୁଖାର୍ଜୀ । କହିଛନ୍ତି ବିଭିନ୍ନତା ଓ ସହିଷ୍ଣୁତା ଭିତରେ ଭାରତର ଆତ୍ମା ରହିଛି ।

ଗତ ୫୦ ବର୍ଷର ସାର୍ବଜନୀକ ଜୀବନରେ ଭାରତର ସମ୍ବିଧାନ ମୋର ପବିତ୍ର ଗ୍ରନ୍ଥ, ଭାରତର ସଂସଦ ମୋ ପାଇଁ ମନ୍ଦିର ଓ ଭାରତୀୟ  ଜନତାର ସେବା ମୋର ଅଭିଳାଷ ରହି ଆସିଥିବା ପ୍ରଣବ ତାଙ୍କ ଅଭିଭାଷଣରେ କହିଛନ୍ତି।  ଏଥିସହ ବଢ଼ିଚାଲିଥିବା ଗ୍ଲୋବାଲ୍ ଓ୍ୱାର୍ମିଂ ପ୍ରତି ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି ପ୍ରଣବ।  କହିଛନ୍ତି ଯେବେ ଆମ ଲୋଭ ସୀମା ଲଂଘେ, ସେତେବେଳେ ପ୍ରକୃତି ତା କୋପ ଦେଖାଏ।  ନିଜ ବିଦାୟୀ ଅଭିଭାଷଣରେ ପ୍ରଣବ ଭାବି ରାଷ୍ଟ୍ରପତିଙ୍କ ପ୍ରତି ନିଜ ଶୁଭେଚ୍ଛା ଜଣାଇଛନ୍ତି।