ଭାରତୀୟଙ୍କ ପାଇଁ ଗର୍ବର କଥା; ବରାଡ଼କର ହେବେ ଆୟାରଲାଣ୍ଡର ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ଲିଓ ବରାଡ଼କର ହେବେ ଆୟାରଲାଣ୍ଡର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ। ଆୟାରଲାଣ୍ଡର କ୍ଷମତାସୀନ ଫିନେ ଗାଏଲ ପାର୍ଟିର ସେ ନୂଆ ନେତା ଭାବେ ନିର୍ବାଚିତ ହୋଇଛନ୍ତି। ବରାଡ଼କର ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ସାଇମନ କୋଭେନେଇଙ୍କୁ ହରାଇ ଦଳର ନୂଆ ନେତା ନିର୍ବାଚିତ ହୋଇଛନ୍ତି।

୩୮ ବର୍ଷୀୟ ବରାଡ଼କର ହେବେ ଆୟାରଲାଣ୍ଡର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ। ତା’ସହିତ ସେ ହେବ ଦେଶର ପ୍ରଥମ ସମଲିଙ୍ଗୀ ପ୍ରଧାନମନ୍ତ୍ରୀ।

୧୯୭୯ରେ ଡବଲିନ୍‌ରେ ଜନ୍ମ ହୋଇଥିଲେ ବରାଡ଼କର। ତାଙ୍କ ବାପା ଭାରତୀୟ ଓ ମା’ ଆୟାରଲାଣ୍ଡର ବାସିନ୍ଦା। ତାଙ୍କ ବାପା ଜଣେ ଡାକ୍ତର ଓ ତାଙ୍କ ମା’ ଜଣେ ନର୍ସ। ବରାଡ଼କର ନିଜେ ଜଣେ ଡାକ୍ତର ମଧ୍ୟ। ତାଙ୍କ ବାପାମା’ ଏବେବି ମୁମ୍ବାଇ ଆସନ୍ତି ଓ ନିଜ ପୈତୃକ ଗାଁକୁ ଯାଆନ୍ତି।