ଲିବ୍ୟା: ଗୋଷ୍ଠୀ ସଂଘର୍ଷ, ମୃତକଙ୍କ ସଂଖ୍ୟା ୪୦କୁ ବୃଦ୍ଧି

କାଇରୋ: ଦକ୍ଷିଣ ଲିବ୍ୟାର ବଡ ସହର ବେନଘାଞ୍ଜି ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୪୦ ଜଣଙ୍କର ମୃତ୍ୟୁ ହୋଇଛି। ଲିବ୍ୟାର ସରକାରୀ ସୁତ୍ରରୁ ମିଳିଥିବା ସୂଚନା ମୁତାବକ ଏହି ଅଞ୍ଚଳ ତୈଳ ଉତ୍ତୋଳନ କେନ୍ଦ୍ର ଭାବେ ପରିଚିତ। ତୈଳ,ଖାଦ୍ୟ ଓ କ୍ଷମତାକୁ ନେଇ ସ୍ଥାନୀୟ ଔରାଙ୍ଗ ଓ ତେବୁ ନାମକ ଦୁଇ ଜନଜାତି ମଧ୍ୟରେ ଏହି ଗୋଷ୍ଠୀ ସଂଘର୍ଷ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି। ଗତ ୫ ଦିନ ହେବ ଏହି ଦୁଇଗୋଷ୍ଠୀ ମଧ୍ୟରେ ଘମାଘୋଟ ସଂଘର୍ଷ ଜାରି ରହିଛି। ଏହାକୁ ରୋକିବାକୁ ଲିବ୍ୟା ସରକାରଙ୍କ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ ହୋଇଥିଲେ ବି କିଛି ସୁଫଳ ମିଳିପାରିନି।

ଅନ୍ୟପକ୍ଷରେ ତେବୁ ସରକାରୀ ସୁତ୍ରରୁ ମିଳିଥିବା ସୂଚନା ମୁତାବକ ଅପରପକ୍ଷରୁ ଗୋଟିଏ ଚେକପଏଣ୍ଟର ୨୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ହତ୍ୟା ୧୮ ଜଣ ଗୁରୁତର ହୋଇଛନ୍ତି। ଅନ୍ୟପକ୍ଷରେ ଔରାଙ୍ଗ ଜନଜାତି ପକ୍ଷରୁ ମିଳିଥିବା ସୂଚନା ମୁତାବକ ଏହି ଗୋଷ୍ଠୀ ସଂଘର୍ଷରେ ୨୯ ଜଣଙ୍କର ମୃତ୍ୟୁ ହୋଇଥିବା ଦାବି କରାଯାଇଥିବା ବେଳେ ୨୫ ଜଣ ଗୁରୁତର ହୋଇଛନ୍ତି।

ଏଥିରେ ଗତକାଲି ସରକାରୀ ଭାବେ ୧୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବହୁ ଲୋକ ଗୁରୁତର ହୋଇଥିଲେ।