ଜାଣନ୍ତୁ ପରମାଣୁ ଶକ୍ତିରେ କେଉଁ ଦେଶ ଆଗରେ: ପାକ୍‌ ଠାରୁ ଭାରତ ଶକ୍ତିଶାଳୀ

ନୂଆଦିଲ୍ଲୀ: ଦିନକୁ ଦିନ ବିଶ୍ୱରେ ଏକ ପ୍ରକାର ଅସ୍ଥିର ପରିସ୍ଥିତି ସୃଷ୍ଟି ହେବାକୁ ଲାଗିଲାଣି। ଦେଶ ଦେଶ ମଧ୍ୟରେ ଦେଖାଦେଉଛି ଶୀତଳ ଯୁଦ୍ଧ। ସମସ୍ତେ ନିଜ ପତିଆରା ଜାହିର କରି ସାରା ବିଶ୍ୱରେ ନିଜକୁ ସବୁଠୁ ଶକ୍ତିଶାଳୀ ବୋଲି ପ୍ରମାଣିତ କରିବାକୁ ଲାଗି ପଡିଛନ୍ତି। ଗୋଟିଏ ଦେଶ ଅନ୍ୟ ଏକ ଦେଶ ଠାରୁ ସୁରକ୍ଷିତ ମନେକରୁ ନାହିଁ। ତେଣୁ ନିଜର ସୁରକ୍ଷା ପାଇଁ ଦେଶ ଗୁଡିକ ପରମାଣୁ ଭଳି ବିନାଶକ ଶକ୍ତି ଉପରେ ଭରସା କରୁଛନ୍ତି। ପରମାଣୁ ପ୍ରଭାବରେ ଜାପାନର ହିରୋସୀମା, ନାଗାସାକିର ଭୟାଭୟତା ସମସ୍ତେ ଜାଣିଥିଲେ ମଧ୍ୟ କ୍ଷମତା ପାଇଁ ଦେଶ ଗୁଡିକ ମଧ୍ୟରେ ଆରମ୍ଭ ହୋଇଯାଇଛି ପ୍ରତିଯୋଗିତା। ବିଶ୍ୱରେ ଅନେକ ଦେଶ ଏମିତି ଅଛି ଯେଉଁମାନେ ଅଧିକରୁ ଅଧିକ ପରମାଣୁ ଶକ୍ତି ବଢାଇବାରେ ଲାଗିପଡିଛନ୍ତି। ତେଣୁ ଏପରି ସ୍ଥଳେ କେଉଁ ଦେଶ ପାଖରେ କେତେ ପରିମାଣରେ ପରମାଣୁ ଶକ୍ତି ରହିଛି ତାହା କହିବା ମୁସ୍କିଲ୍‌। ତଥାବି ଆମେରିକାର ଆର୍ମ୍ସ କଣ୍ଟ୍ରୋଲ ଆସୋସିଏସନ୍ ନାମକ ଏକ ସଂସ୍ଥାର ରିପୋର୍ଟ ଅନୁଯାୟୀ ପରମାଣୁ ଶକ୍ତିରେ କେଉଁ ଦେଶ ଆଗରେ ଆସନ୍ତୁ ଜାଣିବା।

1- ରୁଷିଆ(7000) ପରମାଣୁ ବୋମା

2- ଆମେରିକା (6800) ପରମାଣୁ ବୋମା

3- ଫ୍ରାନ୍ସ (300) ପରମାଣୁ ବୋମା

4- ଚୀନ (260) ପରମାଣୁ ବୋମା

5- ବ୍ରିଟେନ (215) ପରମାଣୁ ବୋମା

6- ପାକିସ୍ତାନ (120) ପରମାଣୁ ବୋମା

7- ଭାରତ (110) ପରମାଣୁ ବୋମା

8- ଇଜ୍ରାଏଲ୍‌ (80) ପରମାଣୁ ବୋମା

9- ଉତ୍ତର କୋରିଆ (10) ପରମାଣୁ ବୋମା

ରିପୋର୍ଟ ଅନୁସାରେ ଭାରତ ଠାରୁ ପରମାଣୁ ବୋମା ସଂଖ୍ୟା ପାକିସ୍ତାନ ପାଖରେ ଅଧିକ। ପାକିସ୍ତାନ ନିଜକୁ ଭାରତର ପ୍ରତିଦ୍ୱନ୍ଦୀ ବୋଲି ଭାବି ଅନେକ ଛୋଟ ଛୋଟ ପରମାଣୁ ବୋମା ତିଆରି କରି ନିଜକୁ ଶକ୍ତିଶାଳୀ ବୋଲି ମନେ କରୁଛି। ଯାହାକୁ ନେଇ ଆମେରିକା କହିଛି ଯେ ପାକିସ୍ତାନ ଯେଉଁ ପରମାଣୁ ଶକ୍ତି ତିଆରି କରୁଛି ତାହା କେବଳ ଭୟ ସୃଷ୍ଟି କରିବା ବ୍ୟତିତ ଆଉ କିଛି ନୁହେଁ। ଭାରତୀୟ ପରମାଣୁ ଶକ୍ତି ତୁଳନାରେ ପାକିସ୍ତାନର ପରମାଣୁ ଶକ୍ତି ଯଥେଷ୍ଟ ଗୁଣରେ କମ ଶକ୍ତିଶାଳୀ ଭାବେ ଜଣାପଡିଛି। ସେପଟେ ଦୁଇ ଦେଶ ମଧ୍ୟରେ ଯେପରି ଅଶାନ୍ତି ବଢିବାରେ ଲାଗିଛି ଯଦି ଭିବିଷ୍ୟତରେ କେବେ ଯୁଦ୍ଧ ହୁଏ ତାହେଲେ ଏହା ପରମାଣୁ ଯୁଦ୍ଧ ଆଡକୁ ଅଗ୍ରସର ହେବ ଏଥିରେ କିଛି ସନ୍ଧେହ ନାହିଁ।

Picture Courtesy –you tube