ଟ୍ରେନରଙ୍କୁ ମାଡ଼ିବସିଲା ସର୍କସ୍ ସିଂହ

ୟୁକ୍ରେନ୍‌: ବହୁ ବର୍ଷ ଧରି ତାଲିମ ଦିଆଯିବା ପରେ ସିଂହ ପରି ହିଂସ୍ର ଜନ୍ତୁ ମଧ୍ୟ ପୋଷା ମାନିଯାଆନ୍ତି ଏବଂ ଟ୍ରେନରର ଇସାରାରେ ସର୍କସ୍‌ରେ କାରନାମା ଦେଖାନ୍ତି। କିନ୍ତୁ ଯଦି ଲୁହା ଜାଲ ଘେରା ପରିବେଶ ମଧ୍ୟରେ ଏକ ପୋଷା ଓ ତାଲିମପ୍ରାପ୍ତ ସିଂହ ହଠାତ ତା’ର ସର୍କସ୍‌ ଟ୍ରେନରଙ୍କ ଉପରେ ଆକ୍ରମଣ କରିବାକୁ ମାଡ଼ି ଆସେ, ତାହେଲେ ପରିଣାମ କଣ ହେବ? ୟୁକ୍ରେନ୍‌ରେ ଏଭଳି ଏକ ଘଟଣା ଘଟିଛି।

ଏଠାକାର ଲୁଗାନ୍‌ସ୍କ ଷ୍ଟେଟ୍‌ ସର୍କସ୍‌ର ଶୋ’ ଚାଲିଥିବା ବେଳେ ହଠାତ ଏକ ତାଲିମପ୍ରାପ୍ତ ସିଂହ ତା’ର ପୁରୁଣା ସର୍କସ୍ ଟ୍ରେନର୍ ହମଦା କୌଟାଙ୍କୁ ମାଡ଼ିବସିଥିଲା। ଏହାର ଏକ ଭିଡିଓ ବର୍ତ୍ତମାନ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ସ୍ପଷ୍ଟ ଦେଖାଯାଉଛି ସିଂହଟି କୌଟାଙ୍କୁ ମାଡ଼ିବସି ତଳେ ପକାଇ ଦେଉଛି। କିନ୍ତୁ କୌଟା ସିଂହଟିକୁ ହାତରେ ଠେଲିଦେଇ ଖସିଯିବାରେ ସଫଳ ହେଉଛନ୍ତି। ଏହି ମୂହୁର୍ତ୍ତରେ ଉପସ୍ଥିତ ଦର୍ଶକ ଭୟ ଓ ଆଶଙ୍କାରେ ଚିତ୍କାର କରୁଥିବା ଦେଖାଯାଇଥିଲା।

View this post on Instagram

Интернет дал возможность прежде всего идиотам выражать публично своё мнение! Вот уже второй день я обдумываю выкладывать это видео или нет,но поняв,что когда нибудь оно все равно попадёт в Сеть и наверняка будет смонтировано,прокомментировано не компетентными идиотами ( #зоошиза рулит✊) я все таки решился выложить его. Это произошло на днях в Луганске(ЛНР). На видео дрессировщик из Египта Хамада Кута @hamadakoutaofficial ! Лев просто решил атаковать и такое бывает в нашей профессии!🤦‍♂️ Он надеялся,что подключатся и другие,но львиный коллектив не поддержал его в этой идеи! Лев нанёс дрессировщику несколько ран на ногах,руках и спине,но в буквальном смысле уже на следующий день они снова выступали вместе на манеже Луганска и эти гастроли продолжаются прямо сейчас!👏 П.С. а теперь для провокаторов : ну,и где ваши хваленые шокеры,почему животное не обколотое, где забитые животные,которые в панике выполняют все приказы дрессировщика?Откуда взялись раны на теле артиста (клыки и когти видимо забыли удалить)??? К сожалению,но только такие видео могут доказать ВАШЕ ПОСТОЯННОЕ ВРАНЬЁ!!! Это НАША ПРОФЕССИЯ и это МУЖСКАЯ РАЗБОРКА,в которой победил Сильный Духом Человек ХАМАДА КУТА 👍🔥👍 #луганск#лнр#хамадакута #цирк#чп#такоебывает#нашапрофессия#circusaroundtheworld #circus#lionattack #lion#circusartist #египет#нападениельва#дежурнаячасть

A post shared by Эдгард Запашный🇷🇺 (@zapashny.ru) on


ଭିଡିଓଟି ହଜାର ହଜାର ଥର ଶେୟାର ହେଲାଣି। ତେବେ ଏହି ଘଟଣାରେ ଆହତ ଟ୍ରେନର୍ ଜଣକ କହିଛନ୍ତି, “ସେ ମୋ ଉପରକୁ କୁଦା ମାରି ମୋତେ କାମୁଡ଼ି ଦେଇଥିଲା। କିନ୍ତୁ ଭାଗବାନଙ୍କୁ ଧନ୍ୟବାଦ ଏଥିପାଇଁ ଯେ ସେ ମୋ ବେକକୁ ଧରିପାରି ନଥିଲା। ସେ ମୋତେ ଛାଡ଼ିଦେଇଥିଲା, କିନ୍ତୁ ମୋ ପିଠି, ବାହୁ ଏବଂ ଗୋଡ଼ରେ ଭୀଷଣ ଆଘାତ ଲାଗିଥିଲା। ମୁଁ ଗୋଟିଏ ସିଂହକୁ ଡାକୁଥିଲି କିନ୍ତୁ ସେହି ସମୟରେ ଆଉ ଗୋଟିଏ ସିଂହ ମୋତେ ଆକ୍ରମଣ କରିଦେଲା।”

ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଆହତ ହୋଇଥିଲେ ମଧ୍ୟ ପ୍ରଦର୍ଶନ ବନ୍ଦ କରିନଥିଲି। କାରଣ ଉପସ୍ଥିତ ଦର୍ଶକଙ୍କ ମଧ୍ୟରେ କିଛି ଶିଶୁ ମଧ୍ୟ ଥିଲେ। ମୁଁ ଚାହୁଁନଥିଲି ସେମାନେ ନିରାଶ ହୁଅନ୍ତୁ। ବର୍ତ୍ତମାନ ଏହି ଘଟଣା ପରେ ସର୍କସ୍‌ରେ ସିଂହଙ୍କୁ ସାମିଲ କରାଯିବା ବିରୋଧରେ ସ୍ୱର ଉଠିବାରେ ଲାଗିଛି।