ସିଂହିର ବି ଅଛି ଦୟାଳୁ ହୃଦୟ: ଗର୍ଭବତୀ ହରିଣ ଶିକାର କରି ମନସ୍ତାପ କଲା, ପେଟରୁ ଛୁଆ ବାହାର କରି ବୁଦାମୂଳେ ଲୁଚେଇଲା

ସାଉଥ ଆଫ୍ରିକା: କିଛିଦିନ ତଳେ ଘଟଣାଟି ଘଟିଥିଲା ଦକ୍ଷିଣ ଆଫ୍ରିକାର ମେଡିକ୍ ଗେମ୍ ସଂରକ୍ଷିତ ଜଙ୍ଗଲରେ । ଏଠାକୁ ବୁଲିବାକୁ ଯାଇଥିବା ଏକ ଜଙ୍ଗଲ ଟୁରିଷ୍ଟ ଦଳ ଏହି ଘଟଣାଟି ଦେଖି ଚକିତ ହେବାସହ ପୂରା ଦୃଶ୍ୟକୁ ରେକର୍ଡ କରିଥିଲେ। ଘଟଣାଟି ଥିଲା ଏହିପରି, ଏକ ଜଙ୍ଗଲୀ ସିଂହି ଏକ ମୃତ ହରିଣକୁ ଖାଇବାର ଦୃଶ୍ୟ। ଆପଣ ଭାବୁଥିବେ ସିଂହିଟିଏ ଏକ ମଲା ହରିଣକୁ ଖାଇବାର ଦୃଶ୍ୟରେ ବା କି ଆଶ୍ଚର୍ଯ୍ୟ ଅଛି । ବାସ୍ତବରେ ସିଂହିଟି ଯେଉଁ ହରିଣକୁ ଖାଇଥିଲା, ସେଇଟି ସେତେବେଳେ ଗର୍ଭବତୀ ଥିଲା। ହରିଣଟିକୁ ମାରି ଖାଉଥିବା ବେଳେ ହିଁ ସିଂହିଂଟି ଜାଣିପାରିଲା ଯେ, ହରିଣଟି ଗର୍ଭବତୀ ଥିଲା ବୋଲି।  ତା ପରେ ବଦଳି ଯାଇଥିଲା ପୂରା ଦୃଶ୍ୟ। ସିଂହିଟି ହରିଣଟିକୁ ଆଉ ନଖାଇ ତା ପେଟ ଚିରି ସେଥିରେ ଥିବା ଛୁଆ ଭ୍ରୂଣକୁ ବାହାର କଲା ତାକୁ ଯାଂଚ୍ କଲା ତାହା ମରିଛି ନା ବଂଚିଛି। ଅନେକ ସମୟ ଧରି ଦେଖିବା ପରେ ସେ ଜାଣି ପାରିଥିଲା ଯେ, ଛୁଆଟିର ମୃତ୍ୟୁ ହୋଇଛି। ତାକୁ ନେଇ ଏକ ବୁଦା ମୂଳରେ ସୁରକ୍ଷିତ ଭାବରେ ରଖିଲା। ଦେଖିବାକୁ ମିଳିଲା ଯେ, ଗର୍ଭବତୀ ହରିଣଟିକୁ ମାରିଛି ବୋଲି ସିଂହିଟିର ମନ ଏତେ ଦୁଃଖ ହେଲା ଯେ, ସେ ଆଉ ମଲା ମାଆ ହରିଣଟିକୁ ଖାଇଲା ନାହିଁ ବହୁତ ସମୟ ଯାଏ। ତାକୁ ସେମିତି ଜଗି ରହିଥିବା ଦେଖିବାକୁ ମିଳିଥିଲା ଏ ପୂରା ଦୃଶ୍ୟ ଟୁରିଷ୍ଟ ପାର୍ଟିକୁ ଚକିତ କରିଦେଇଥିଲା ସେମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଘଟଣାଟିକୁ କ୍ୟାମେରାରେ ରେକର୍ଡ କରିଥିଲେ।  ଆମେ ସବୁବେଳେ କହୁ, କେବଳ ମଣିଷ ହିଁ ଦୟାଳୁ ହୋଇପାରେ କିନ୍ତୁ ଏହି ଘଟଣା ହିଁ ବୟାନ କରୁଛଇ ଯେ, ସିଂହି ପରି ଜନ୍ତୁର ବି ଦୟାର୍ଦ ହୃଦୟଟିଏ ଅଛି । ସେମାନେ ବି ଖୁସି ହୁଅନ୍ତି, ଦୁଃଖ କରନ୍ତି।