ସୀମାରେ ଆତଙ୍କୀଙ୍କ ଅନୁପ୍ରବେଶ ଉଦ୍ୟମ ବିଫଳ, ଜଣେ ନିହତ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ଏଲଓସିରେ ଆଜି ସକାଳେ ଆତଙ୍କୀଙ୍କ ଅନୁପ୍ରବେଶ ଉଦ୍ୟମକୁ ଭାରତୀୟ ସେନା ବିଫଳ କରିଦେଇଛି। ରାଜୋରୀ ଜିଲ୍ଲାର ସୁନ୍ଦରବନ୍‌ ଅଞ୍ଚଳରେ ଆତଙ୍କୀଙ୍କ ଅନୁପ୍ରବେଶ ସମୟରେ ଗୁଳିବିନିମୟ ଘଟିଥିଲା। ଏହି ଗୁଳିବିନିମୟରେ ଜଣେ ଆତଙ୍କୀ ନିହତ ହୋଇଥିବା ସୂଚନା ମିଳିଛି।

ସେନା ତରଫରୁ ପୂରା ଅଞ୍ଚଳକୁ ଘେରାଉ କରାଯାଇ ସର୍ଚ୍ଚ ଅପରେସନ୍‌ କରାଯାଉଛି। ପ୍ରତିବର୍ଷ ଗଣତନ୍ତ୍ର ଦିବସ ପୂର୍ବରୁ ଆତଙ୍କୀମାନେ ବଡ଼ ଆକ୍ରମଣ କରିବାର ଯୋଜନା ରଖିଥାନ୍ତି। ଏହାକୁ ଦୃଷ୍ଟିରେ ରଖଇ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି।