ପ୍ରେମ ନୁହେଁ ଟିକେଟ୍‌ ପାଇଁ ହାତ କାଟିଲେ

ବିଜୟୱାଡ଼ା: ଆନ୍ଧ୍ରପ୍ରଦେଶର ପୁଥାଲାପାଟ୍ଟୁ ଆସନରୁ ବିଧାୟକ ଟିକେଟ୍ ନମିଳିବା ନେଇ ସୂଚନା ପାଇ ହାତ କାଟିଦେଇଥିବା ସୂଚନା ମିଳିଛି। ୱାଇଏସ୍ଆର କଂଗ୍ରେସର ଏହି ବିଧାୟକ ଏପରି କରିବାର ଏକ ଭିଡିଓ ବର୍ତ୍ତମାନ ସୋଶାଲ ମିଡିଆରେ ଭାଇରାଲ ହେଉଛି।

ଏମ୍ ସୁନୀଲ କୁମାର ନାମକ ଏହି ଦଳିତ ବିଧାୟକ ପେଶାରେ ଡାକ୍ତର। ସେ ବ୍ଲେଡ୍ରେ ହାତ କାଟିବାର ଭିଡିଓ ରେକର୍ଡ କରି ତାଙ୍କ ଦଳ ୱାଇଏସ୍ଆର କଂଗ୍ରେସର ସୁପ୍ରିମୋ ଜଗନ୍ମୋହନ୍ ରେଡ୍ଡୀଙ୍କୁ ପଠାଇଛନ୍ତି।

ଏହି ୫ ମିନିଟ୍‌ର ଭିଡିଓରେ ଲୁହ ଛଳଛଳ ହୋଇ ସେ କହୁଛନ୍ତି, “ଜଗନ୍‌ ସାର ଆଇ ଲଭ୍‌ ୟୁ। କିନ୍ତୁ ବର୍ତ୍ତମାନ ମୋ ଜୀବନ ହାରିବାକୁ ଯାଉଛି। ମୁଁ ଗତ ୫ ବର୍ଷ ଧରି ଆପଣଙ୍କ ଅନୁଗତ ହୋଇ ରହିଆସିଛି। ଟିକେଟ୍‌ ନପାଇବାରୁ ମୁଁ ଏହି ପଦକ୍ଷେପ ନେଉଛି। ମୋ ମୃତ୍ୟୁ ପୂର୍ବ ଏହି ଭିଡିଓ ପଠାଉଛି।”

ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା ଏବଂ ସେ ବର୍ତ୍ତମାନ ସୁସ୍ଥ ଥିବା ଜଣାପଡ଼ିଛି। ତାଙ୍କ ପତ୍ନୀଙ୍କ କହିବା ଅନୁଯାୟୀ, ସେ ତାଙ୍କ ରାଜନୀତିକ ଭବିଷ୍ୟତ ବିପଦରେ ପଡ଼ିବା ନେଇ ସୂଚନା ପାଇବା ପରେ ପରେ ତାଙ୍କର ମାନସିକ ସ୍ଥିତି ବିଗିଡ଼ିଯାଇଛି।